ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ଲକଡାଉନ ସମୟରେ ଘରେ ଝାଡ଼ୁ ଓ ପୋଛା କରିଥିବା କଥା ‘କୌନ୍ ବନେଗା କରୋଡ ପତି’ ସୋ’ର ଗତ ଅଧ୍ୟାୟରେ କହିଛନ୍ତି ।

Advertisment

ଏହି ସୋ’କୁ ପ୍ରତିଯୋଗୀ ଭାବେ ଆସିଥିବା ରୁନା ସାହା କହିଥିଲେ, ଲକଡାଉନ ସମୟରେ ସେ ଘରର ଅନେକ କାମ କରିଛନ୍ତି | ଏହା ପରେ ସୋ’ର ଏକ୍ସପର୍ଟ ଗେ‌ଷ୍ଟ ରିଚା ଅନିରୁଦ୍ଧ ବିଗ୍ ବିଙ୍କୁ ପଚାରିଥିଲେ ଯେ ସେ ଲକଡାଉନରେ କ’ଣ ଘର କାମ କରିଛନ୍ତି କି?

ଏହାର ଉତ୍ତରରେ ବିଗ୍ ବି କହିଥିଲେ 'ନିଶ୍ଚୟ ... ଲକଡାଉନ ସମୟରେ ଝାଡୁ ମାରିବା ଠାରୁ ଆରମ୍ଭ କରି ଘର ପୋଛିବା ପର୍ଯ୍ୟନ୍ତ ସମସ୍ତ କାମ କରିଥିଲି। ରୋ‌ଷେଇ କରିବା ମୋତେ ଆସେ ନାହିଁ। ତେଣୁ ଏହା ବ୍ୟତୀତ ସମସ୍ତ କାମ କରିଥିଲି।’

Amitabh Bachchan is back as host of Kaun Banega Crorepati

ବିଗ ବିଙ୍କ ଏଭଳି କଥା ଶୁଣି ରିଚା କହିଥିଲେ, ’ଆପଣଙ୍କ ମୁହଁରୁ ଏଭଳି କଥା ଶୁଣିଲେ ବି ବିଶ୍ୱାସ କରି ହେଉନାହିଁ | ଏହାପରେ ବିଗ୍ ବି କହିଥିଲେ, ‘ହଁ ମୁଁ ଜାଣିଥିଲି ତୁମେ ଏଭଳି କହିବ ବୋଲି। କିନ୍ତୁ ମୁଁ ପ୍ରକୃତରେ କାମ କରିଛି।’

ବିଗ ବି ସୋ’ରେ ପ୍ରାୟତଃ ନିଜ ଅଭିଜ୍ଞତା ପ୍ରତିଯୋଗୀମାନଙ୍କ ସହ ବାଣ୍ଟୁଥିବାର ଦେଖିବାକୁ ମିଳିଛି। ଗୁରୁବାର ସୋ’କୁ ଆସିଥିବା ପ୍ରତିଯୋଗୀ ରୁନାଙ୍କୁ ବିଗ ବି କହିଥିଲେ, ‘ମୁଁ ପ୍ରଶ୍ନ କରିବି ଆପଣ କେବଳ ଉତ୍ତର ଦେବେ। ମୋତେ କୌଣସି ପ୍ରକାର ପ୍ରଶ୍ନ କରିବେ ନାହିଁ। କାରଣ ମୁଁ ଆପଣଙ୍କୁ ପ୍ରଶ୍ନ ପଚାରି ସାରିଲାପରେ ଆପଣ ମୋତେ ପଚାରୁଛନ୍ତି ଏଇଟା ହେବ ନା? ମୁଁ କେମିତି ଏହାର ଉତ୍ତର ଦେବି। ଉତ୍ତର ତ ଆପଣଙ୍କୁ ହିଁ ଦେବାର ଅଛି। ଏଠାରେ ମୁଁ କେବଳ ପ୍ରଶ୍ନ ପଚାରିବି ।’

ବିଗ ବିଙ୍କ ଏଭଳି କଥା ଶୁଣି ରୁନା ଓ ତାଙ୍କ ସ୍ବାମୀ ବି ଠୋ ଠୋ ହୋଇ ହସି ଥିଲେ।