ମୁମ୍ବାଇ: ବଲିଉଡର ବିଗ ବି ଅମିତାଭ ବଚ୍ଚନ ଅନେକ ଅଭିଯାନ ସହିତ ଜଡ଼ିତ ଅଛନ୍ତି। ନିକଟରେ ସେ ସ୍ବଚ୍ଛ ଭାରତ ଅଭିଯାନ ଜରିଆରେ ଲୋକଙ୍କୁ ଜାଗୃତ କରିଥିଲେ। ଏହି କ୍ରମରେ ସୁପରଷ୍ଟାର ଅମିତାଭ ବଚ୍ଚନ ଇନଷ୍ଟାଗ୍ରାମରେ ଏକ ଭିଡିଓ  ‌ସେୟାର କରି ମରାଠିରେ କହିଥିଲେ, ‘ମୁଁ ଅଳିଆ କରିବି ନାହିଁ।’

Advertisment

ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିଗ ବି କ୍ଷମା ମାଗିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରୁ ବଲୁଛି। ତେବେ ଅମିତାଭ କ୍ଷମା ମାଗିବାର କାରଣ ହେଉଛି ସେ କଚରା ଶବ୍ଦକୁ ମରାଠିରେ ଭୁଲ କହି ଦେଇଥିଲେ।

ସମ୍ପ୍ରତି ଭାଇରାଲ ହୋଇଥିବା ଭିଡିଓରେ ଅମିତାଭ ମରାଠୀ ଲୋକମାନଙ୍କୁ ଭୁଲ ଉଚ୍ଚାରଣ ପାଇଁ କ୍ଷମା ମାଗିଛନ୍ତି। ନିଜର ତ୍ରୁଟିକୁ ସେ ସୁଧାରି ନେଇଛନ୍ତି। 

ଅମିତାଭ କହିଛନ୍ତି, ‘ମୋତେ ସାଙ୍ଗ ସୁଦେଶ ଭୋଂସଲେ କହିଥିଲେ, ‘ମୁଁ ‘କଚରା’ ଶବ୍ଦର ଭୁଲ ଉଚ୍ଚାରଣ କରିଛି। ସେଥିପାଇଁ ମୁଁ ଏହି ଭିଡିଓ ଜରିଆରେ ଆପଣମାନଙ୍କୁ କ୍ଷମା ମାଗି ମୋର ଭୁଲକୁ ସଂଶୋଧନ କରି ନେଇଛି।’

ଅମିତାଭଙ୍କ କ୍ଷମା ମାଗିବା ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ସାର ଆପଣଙ୍କ ଏହି ସ୍ବଭାବ ପାଇଁ ସର୍ବଦା ପ୍ରିୟ ହୋଇ ରହିଛନ୍ତି। ଏତେବଡ଼ ଷ୍ଟାର ହୋଇମଧ୍ୟ  ଆପଣଙ୍କ ଭିତରେ ଥିବା ଏହି ସରଳ ସ୍ବଭାବ ହୃଦୟକୁ ସ୍ପର୍ଶ କରିଛି।

ଅଧିକପଢ଼ନ୍ତୁ: ଚିକିତ୍ସାଧୀନ ଅବସ୍ଥା‌ରେ ଆରଏଏସ ଅଧିକାରୀଙ୍କ ମୃତ୍ୟୁ