୨୭୫ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇଲେ ବିଗ୍‌ ବି

ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟ ଓ ଘରକୁ ଫେରାଇ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ବାସ୍ତବ ଜୀବନର ହି‌ରୋ ସାଜିଛନ୍ତି। ଏବେ ତାଙ୍କ ପଥ ଅନୁସରଣ କରିଛନ୍ତି ସୁପରଷ୍ଟାର୍‌ ଅମିତାଭ ବଚ୍ଚନ। ମହାରାଷ୍ଟ୍ରରେ ଫସି ରହିଥିବା ଉତ୍ତରପ୍ରଦେଶର ପ୍ରବାସୀ ଶ୍ରମିକଙ୍କୁ ବିଗ୍‌ ବି ୧୦ଟି ବସ୍‌ରେ ଘରକୁ ପଠାଇଛନ୍ତି।

ଶୁକ୍ରବାର ଅପରାହ୍‌ଣ‌‌ରେ ମୁମ୍ବାଇର ମହାଲକ୍ଷ୍ମୀ ରେସ୍‌ କୋର୍ସଠାରୁ ଏହି ୧୦ଟି ବସ୍‌ ୨୭୫ ପ୍ରବାସୀ ଶ୍ରମିକଙ୍କୁ ନେଇ ଆଲ୍ଲାବାଦ୍‌, ବନାରସ୍‌ ଓ ଗୋରଖପୁର ଅଭିମୁଖେ ଯାତ୍ରା କରିଛି। ସମସ୍ତ ଯାତ୍ରୀଙ୍କୁ ଖାଦ୍ୟ ସହ ମେଡିକାଲ୍‌ କିଟ୍‌ ମଧ୍ୟ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ଅମିତାଭ୍‌ ବଚ୍ଚନଙ୍କ ସମେତ ମହିମ ଦର୍‌ଗାହ୍‌ ଟ୍ରଷ୍ଟ୍‌ ଓ ହାଜି ଅଲ୍ଲୀ ଦର୍‌ଗାହ ଟ୍ରଷ୍ଟ୍‌ ସହଯୋଗର ହାତ ବଢ଼ାଇଛନ୍ତି। ତେବେ ଆଗକୁ ମଧ୍ୟ ପୁଲିସ ଓ ପ୍ରଶାସନର ଅନୁମତି ନେଇ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇବା କାମ ଚାଲୁ ରହିବ ଓ ଟ୍ରେନ୍‌ ଦ୍ବାରା ମଧ୍ୟ ସେମାନଙ୍କୁ ପଠାଇବାର ବ୍ୟବସ୍ଥା କରାଯାଉଛି ବୋଲି ଅମିତାଭ ବଚ୍ଚନ କର୍ପୋରେସନ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ରାଜେଶ ଯାଦବ କହିଛନ୍ତି।

ସମ୍ବନ୍ଧିତ ଖବର