ନୂଆଦିଲ୍ଲୀ: ହାଇଦ୍ରାବାଦରେ ‘ପ୍ରୋଜେକ୍ଟ-କେ’ର ସୁଟିଂ ବେଳେ ବିଗ ବି ଅମିତାଭ ବଚ୍ଚନ ଆହତ ହୋଇଥିଲେ। ସୁଟିଂ ବେଳେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିବା ହେତୁ ସେ ସୁଟିଂ ବନ୍ଦ କରି ହାଇଦ୍ରାବାଦରୁ ମୁମ୍ବାଇ ଫେରି ଆସିଥିଲେ। ଏବେ ବି ତାଙ୍କ ଗୋଡ଼ର ଚିକିତ୍ସା ଚାଲିଥିବା ବେଳେ ସେ ପାଦରେ କିଛି ଯନ୍ତ୍ରଣା ଅନୁଭବ କରୁଥିବା କଥା କହିଛନ୍ତି।
ବଲିଉଡର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିଥାଆନ୍ତି। ସେ ସମୟସମୟ ନିଜର ବ୍ୟକ୍ତିଗତ ଜୀବନ ସହିତ ଅନ୍ୟାନ ପ୍ରସଙ୍ଗକୁ କେନ୍ଦ୍ର କରି ସୋସିଆଲ ମିଡିଆରେ ତାଙ୍କ ଫ୍ୟାନଙ୍କ ସହିତ ଆଲୋଚନା କରିଥାଆନ୍ତି। ଏଥିସହିତ ନିଜର ମତାମତ ବି ରଖିଥାଆନ୍ତି।
ଏଇଯେମିତି ହାଇଦ୍ରାବାଦରେ ‘ପ୍ରୋଜେକ୍ଟ-କେ’ର ସୁଟିଂ ବେଳେ ବିଗ ବି ଅମିତାଭ ବଚ୍ଚନ ଆହତ ହୋଇଥିଲେ। ସୁଟିଂ ବେଳେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିବା ହେତୁ ସେ ସୁଟିଂ ବନ୍ଦ କରି ହାଇଦ୍ରାବାଦରୁ ମୁମ୍ବାଇ ଫେରି ଆସିଥିଲେ। ଏହି ଘଟଣାକୁ ଅମିତାଭ ନିଜ ବ୍ଲଗରେ ସେୟାର କରି ତାଙ୍କ ଫ୍ୟାନମାନଙ୍କୁ ଜଣାଇଥିଲେ।
ଆଜି ଅମିତାଭ ନିଜ ଫ୍ୟାନମାନଙ୍କ ସହିତ ‘ଓକେ’ ଶବ୍ଦକୁ ନେଇ ହୃଦୟସ୍ପର୍ଶୀ ପୋଷ୍ଟ ସେୟାର କରିଛନ୍ତି। ଅମିତାଭ ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ମାର୍ଚ୍ଚ ୨୩କୁ ‘ଓକେ’ ଶବ୍ଦକୁ ୧୮୪ବର୍ଷ ପୁରା ହୋଇଯାଇଛି। ଏହାକୁ ପ୍ରଥମଥର ୧୮୩୯ ମସିହାରେ ବୋଷ୍ଟନ ମର୍ଣ୍ଣିଙ୍ଗ ପୋଷ୍ଟରେ ବ୍ୟବହାର କରାଯାଇଥିଲା। ‘ଅଲ କରେକ୍ଟକୁ’ ସଂକ୍ଷିପ୍ତ କରି ‘ଓକେ’ ଶବ୍ଦର ବ୍ୟବହାର ହୋଇଥିଲା।’
T 4595 – the word ‘OK’ would turn 184 years on March 23 ?? It was first used in 1839 in Boston Morning Post. Meant as an abbreviation of “All Correct” !! .. or as it was pronounced then ..”ol korrect” 😃
— Amitabh Bachchan (@SrBachchan) March 23, 2023
ଅମିତାଭଙ୍କ ଏଭଳି ଟୁଇଟକୁ ନେଇ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଲୋକେ ଅମିତାଭଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ‘ଏହି ସୂଚନା ଜରୁରି ଥିଲା। ଧନ୍ୟବାଦ ସାର। ଆପଣ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ।’