କରୋନା ଭାଇରସ୍‌ ସଙ୍କଟ ସମୟରେ ସକରାତ୍ମକ ଚିନ୍ତାଧାରାକୁ ଜାଗ୍ରତ କରିବା ପାଇଁ ଅମିତାଭ ସେୟାର କଲେ ତାଙ୍କ ବାପାଙ୍କ ଦ୍ୱାରା ଲିଖିତ ଏହି କବିତା

ନୂଆଦିଲ୍ଲୀ: ଭାରତ ସହିତ ପୂରା ଦେଶ କରୋନା ଭାଇରସ୍‌ (କୋଭିଡ-୧୯)ସହିତ ଲଢ଼ୁଛି। ଅନେକ ଲୋକ ନିଜ ସମ୍ପର୍କୀୟଙ୍କୁ ଏହି ଭାଇରସ୍‌ କାରଣରୁ ହରାଇ ଦେଇଥିବା ବେଳେ ପ୍ରତିଦିନ ଏହି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ବି କରୋନା ଭାଇରସ୍‌ ସଂକ୍ରମଣର ଭୟ ବଢ଼ିବାରେ ଲାଗିଛି।

ସମ୍ପ୍ରତି ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ନିଜ ସୋସିଆଲ ମିଡିଆ ସାଇଟ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ମାଧ୍ୟମରେ ଲୋକମାନଙ୍କ ସକରାତ୍ମକ ଚିନ୍ତାଧାରାକୁ ଜାଗ୍ରତ କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଅମିତାଭ ନିଜର ପିତା ହରିବଂଶ ରାଏ ବଚ୍ଚନଙ୍କ ଦ୍ୱାରା ଲିଖିତ ଏକ କବିତା ସେୟାର କରିଛନ୍ତି। ଏହି କବିତାଟି ଲୋକମାନଙ୍କୁ ବେଶ୍‌ ପସନ୍ଦ ବି ଆସିଛି।

 

ଅମିତାଭ ପିତାଙ୍କ ଦ୍ୱାରା ଲିଖିତ କବିତାକୁ ପୋଷ୍ଟ କରି ଲେଖିଛନ୍ତି, କବିତାର ଅର୍ଥ ହେଉଛି, ହିଁ ରାତି ଅନ୍ଧକାରମୟ, କିନ୍ତୁ ଛୋଟ ଦୀପଟିଏ ଜଳାଇବାକୁ କେଉଁଠି ମନା ଅଛି। ଯେଉଁ ସ୍ୱପ୍ନର ଘରକୁ ସ୍ନେହ ଓ ପ୍ରେମରେ ଗଢ଼ିଛ, ତାହା ଯଦି ଭାଙ୍ଗି ଯାଉଛି, ତେବେ ଇଟା, ପଥର, ସିମେଣ୍ଟ ଯୋଡ଼ି ଏକ ଶାନ୍ତିର ଛୋଟ ଘର ଟିଏ ଗଢ଼ିବାକୁ କେବେ ମନା ହୋଇଛି।

Amitabh Bachchan shares father Harivansh Rai Bachchan's poetry ...
Times of India

ଅମିତାଭ ସୋସିଆଲ ସାଇଟ୍‌ରେ ସକ୍ରିୟ ରହି ତାଙ୍କର ପ୍ରଶଂସକ ସହ ଅନେକ କଥା ଆଲୋଚନା କରିଥାଆନ୍ତି। ନିକଟରେ ବିଗ୍‌ ବିଙ୍କ ଲ୍ୟାପଟପ୍‌ ଖରାପ ହୋଇଯାଇଥିଲା, ଏହାର ସୂଚନା ବି ସେ ନିଜର ପ୍ରଶଂସକମାନଙ୍କୁ ଜଣାଥିଲେ। କେବଳ ଏତିକି ନୁହେଁ,  ଅମିତାଭ ଲକ୍‌ଡାଉନ୍‌ ସମୟର ଅନୁଭବକୁ ବି ଟୁଇଟରରେ ସେୟାର କରି ଲେଖିଥିଲେ, ଲାକ୍‌ଡାଉନ୍‌ ସମୟରେ ଯାହା ସବୁ ଶିକ୍ଷା କରିଛି, ମୁଁ ମୋର ୭୮ବର୍ଷ ଜୀବନରେ ତାହା ଶିକ୍ଷା କରି ପାରି ନଥିଲି କି ବୁଝି ପାରି ନଥିଲି।

ସମ୍ବନ୍ଧିତ ଖବର