ପତ୍ନୀ ଜୟା ବଚ୍ଚନଙ୍କ ଏହି ଫଟୋ ସେୟାର୍‌ କରି ଏପରି ଲେଖିଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ ସେହେନ୍ସା ଅମିତାଭ ବଚ୍ଚନ ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ ରହିଥାନ୍ତି। କେବିସି-୧୧ ସହ ଚଳଚ୍ଚିତ୍ର ସୁଟିଂରେ ବ୍ୟସ୍ତ ରହି ମଧ୍ୟ ବିଗ୍‌ ବି ସୋସିଆଲ୍‌ ମିଡିଆ ପାଇଁ ସମୟ କାଢ଼ି ହିଁ ଦେଇଥାନ୍ତି। ଅନେକ ସମୟରେ ସେ ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ କବିତା, ବିଚାରଧାରା ଓ ଅନେକ ଉତ୍ସାହଜନକ ପୋଷ୍ଟ୍‍ ଦେଇଥାନ୍ତି। ମାତ୍ର ନିକଟରେ ବିଗ୍‌ ସେୟାର୍‌ କରିଥିବା ପତ୍ନୀ ଜୟା ବଚ୍ଚନଙ୍କ ଫଟୋଟି ବେଶ୍‌ ଚର୍ଚ୍ଚିତ ପାଲଟିଛି।

ସେ ଜୟାଙ୍କର ଏକ ସୁନ୍ଦର ଫଟୋ ଦେଇ ଲେଖିଛନ୍ତି, ‘ଦ ବେଟର୍‌ ହାଫ୍‌। ଏମିତିରେ ଏହା ସତ କଥା ମଧ୍ୟ। କାହିଁକି ନା ଅନ୍ୟ ଅଧା ଜଣକ ଅପ୍ରାସଂଗିକ। ଏଥିପାଇଁ ସେ ନଜର ଆସୁନାହାନ୍ତି।’ ବଚ୍ଚନ ସାହେବଙ୍କର ଏହି ଟ୍ଵିଟ୍‌ଟି ଏବେ ବହୁ ଲୋକପ୍ରିୟତା ହାସଲ୍‌ କରିଛି।

ଉଲ୍ଲେଖଯୋଗ୍ୟ, ବିଗ୍‌ ବି ଅମିତାଭ ଦୀର୍ଘ ଦିନ ଧରି ଯକୃତ ରୋଗରେ ଆକ୍ରାନ୍ତ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାପରେ ଗତ ମଙ୍ଗଳବାରଠାରୁ ତାଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲ୍‌ରେ ରଖାଯାଇଛି। ଏହି ଖବର ଶୁକ୍ରବାର ସକାଳୁ ଲୋକଲୋଚନକୁ ଆସିବା ପରେ ବିଗ୍‌ ବିଙ୍କ ପ୍ରଶଂସକଙ୍କ ମହଲରେ ଦୁଃଖର ଛାୟା ଖେଳିଯାଇଛି। ୭୭ ବର୍ଷିଅ ବଚ୍ଚନ ସାହେବଙ୍କୁ ଚଳିତବର୍ଷ ଦାଦା ସାହେବ ଫାଲ୍‌କେ ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର