ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ଫଟୋ ସେୟାର୍‌ କରି ‘ସନ୍ତାନଙ୍କ ଓଠର ହସ ହିଁ ଖୁସି’ ବୋଲି ଲେଖିଲେ ବିଗ୍‌ ବି

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ସୋମବାର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟାଙ୍କ ଫଟୋ ଟ୍ଵିଟର୍‌ରେ ସେୟାର୍‌ କରି ଲେଖିଛନ୍ତି, ‘ସନ୍ତାନଙ୍କ ଓଠର ହସ ହିଁ ଖୁସି’। ଶ୍ୱେତା ପ୍ରସାଦ ବୋଲି ଜଣେ ପ୍ରଶଂସକ ଟ୍ଵିଟ୍‌ କରିଥିବା ଏହି ଫଟୋକୁ ବିଗ୍‌ ବି ରି-ଟ୍ଵିଟ୍‌ କରି ଏପରି ଲେଖିଛନ୍ତି।

ଫଟୋଟି ଅଭିଷେକ ବଚ୍ଚନଙ୍କ ଟିମ୍‌ ‘ପିଙ୍କ୍‌ ପାନ୍ଥର’ର କବାଡ଼ି ମ୍ୟାଚ୍‌ ଚାଲିଥିବା ବେଳର। ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ଟିମ୍‌କୁ ଚିୟରିଂ କରୁଥିବାର ଦେଖିବାକୁ ମିଳିଛନ୍ତି। ସେ ଦୁହେଁ ବି ଟିମ୍‌ ଜର୍ସି ସହ ମ୍ୟାଚିଂ କରି ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି।

ପୂର୍ବରୁ ଐଶ୍ୱର୍ଯ୍ୟା ଏହି ସମାନ ଫଟୋ ପୋଷ୍ଟ୍‍ କରିଥିଲେ। ଶନିବାର କବାଡ଼ି ଲିଗ୍‌ରେ ‘ବେଙ୍ଗଲ ଓ୍ଵରିୟର୍‌’ଠାରୁ ‘ପିଙ୍କ୍‌ ପାନ୍ଥର’ ବିଜୟ ଲାଭ କରିବା ପରେ ନୀଳନୟନା ଏକ ଗ୍ରୁପ୍‌ ଫଟୋ ଦେଇ ପୂରା ଟିମ୍‌କୁ ଅଭିନନ୍ଦନ ଜଣାଇଥିଲେ।

ସମ୍ବନ୍ଧିତ ଖବର