ମୁମ୍ବାଇ : ବିଗ୍ ବି ଅମିତାଭ ବଚ୍ଚନଙ୍କ ସମୁଦି ତଥା ଏସ୍କଟ୍ ଗ୍ରୁପ୍ର ମାଲିକ ରାଜନ ନନ୍ଦାଙ୍କ ବିୟୋଗ ପରେ ଗତ ମଙ୍ଗଳବାର ତାଙ୍କ ଘରେ ଶୋକସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ବଚ୍ଚନ ପରିବାର ଏବଂ ନନ୍ଦା ପରିବାରଙ୍କୁ ଏକାଠି ଦେଖିବାକୁ ମିଳିଥିଲା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ଥିଲା ଅଭିଷେକ ଏବଂ ଶ୍ୱେତାଙ୍କ ପ୍ରତିକ୍ରିୟା । ଅଭିଷେକ ଶୋକସଭାକୁ ଯାଇ ଶ୍ୱେତାଙ୍କୁ ଭେଟିବା ପରେ ଦୁହେଁ ହସୁଥିବାର ନଜର ଆସିଥିଲେ । ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।
/sambad/media/post_attachments/wp-content/uploads/2018/08/phpThumb_generated_thumbnail-2-300x225.jpeg)
ଏହି ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । କେବଳ ଶ୍ୱେତା ନୁହନ୍ତି ତାଙ୍କ ଝିଅ ନବ୍ୟା ନବେଲି ନନ୍ଦା ମଧ୍ୟ ଖୁସିଥିବା ଜଣା ପଡ଼ୁଛନ୍ତି । ରାଜନ ନନ୍ଦାଙ୍କ ବିୟୋଗର ଦୁଃଖ ସେମାନଙ୍କ ମୁହଁରେ ନଜର ଆସୁ ନଥିଲା । ଫଟୋକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । କିଛି ଲୋକ ଶୋକସଭା ନାଁ ପାର୍ଟି ଚାଲିଛି ବୋଲି ପଚାରିଥିବା ବେଳେ କିଛି ଏମାନଙ୍କ ପାଇଁ ଶୋକସଭା ପାର୍ଟି ବୋଲି ଲେଖିଛନ୍ତି ।