ନୂଆଦିଲ୍ଲୀ: ସୁପରଷ୍ଟାର ତଥା ବଲିଉଡର ବିଗ ବି ଅମିତାଭ ବଚ୍ଚନ ୮୨ ବର୍ଷ ବୟସରେ ପ୍ରଦାର୍ପଣ କରିଥିବା ସତ୍ତ୍ବେ ବି କର୍ମ କ୍ଷେତ୍ରରେ ଖୁବ ସକ୍ରିୟ ଅଛନ୍ତି। ଆଜି ବି ତାଙ୍କ ଭିତରେ ବଡ଼ବଡ଼ ଷ୍ଟାରମାନଙ୍କୁ କଡ଼ା ଟକ୍କର ଦେବାର ସାହା ରହିଛି।

Advertisment

ଆପଣ ଜାଣନ୍ତି ଚାରି ଦଶନ୍ଧି ପୂର୍ବେ ଅମିତାଭ ମୃତ୍ୟୁ ମୁଖରୁ ଫେରି ଆସିଛନ୍ତି। ୧୯୮୨ ମସିହାରେ, 'କୁଲି' ସେଟରେ ଅମିତାଭ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।  ଯେଉଁଥିରେ ତାଙ୍କ ପେଟରେ ଗମ୍ଭୀର ଭାବେ ଆଘାତ ଲାଗିଥିଲା। ଚିକିତ୍ସା ସମୟରେ ଡାକ୍ତରମାନେ ତାଙ୍କୁ 'କ୍ଲିନିକାଲି ମୃତ' ଘୋଷଣା ମଧ୍ୟ କରି ଦେଇଥିଲେ। ପରେ ଡାକ୍ତରମାନେ ତାଙ୍କୁ ଆଡ୍ରେନାଲିନ୍ ଇଞ୍ଜେକ୍ସନ୍ ଦେଇ ପୁନର୍ଜୀବିତ କରିଥିଲେ।

ଅମିତାଭ 'କୌନ୍ ବନେଗା କରୋଡପତି'ରେ ନିଜର ଅସୁସ୍ଥତାର କାରଣ ବଖାଣି କହିଛନ୍ତି, '୧୯୮୨ ମସିହାରେ ଦୁର୍ଘଟଣା ସମୟରେ ମୋତେ ରକ୍ତର ଆବଶ୍ୟକ ଥିଲା। ପ୍ରାୟ ୨୦୦ ଜଣ ଲୋକ ମୋ ପାଇଁ ରକ୍ତ ଦାନ କରିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ହେପାଟାଇଟିସ୍ ବି ଭାଇରସରେ ପୀଡିତ ଥିଲେ, ଯାହା ଚିହ୍ନଟ ହୋଇପାରି ନଥିଲା। ଏହି ରକ୍ତକୁ  ମୋ ଶରୀରରେ ଚଢ଼ାଇ ଦିଆଯାଇଥିଲା।
୨୦୦୦ ମସିହାରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ମୁଁ ହେପାଟାଇଟିସ୍ ବିରେ ପୀଡ଼ିତ ଥିବା କଥା ଡାକ୍ତରମାନେ ଜଣାଇଥିଲେ । କେବଳ ଏତିକି ନୁହେଁ ମୋର ଲିଭରର ୭୫% ପ୍ରତିଶତ କାମ କରୁ ନଥିବା ବି ପରୀକ୍ଷାରୁ ଜଣାପଡ଼ିଥିଲା। ମୁଁ ଏବେ ୨୫ପ୍ରତିଶତ ସୁସ୍ଥ ଯକୃତରେ ବଞ୍ଚି ରହିଛି।’