ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ପାନ ମସଲା ବିଜ୍ଞାପନ ଛାଡ଼ିଲେ ବିଗ୍ ବି

ମୁମ୍ବାଇ: ପାନ ମସଲା ବିଜ୍ଞାପନ ଛାଡ଼ିଲେ ବିଗ୍ ବି ଅମିତାଭ ବଚ୍ଚନ। ବିଗ୍ ବି ପାନ ମସଲା ବିଜ୍ଞାପନ କରିଥିବା ନେଇ ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଇଥିଲା। ଅତ୍ୟଧିକ ଟ୍ରୋଲିଂ ପରେ ଶେଷରେ ବିଗ୍ ବି ପାନ ମସଲା ବିଜ୍ଞାପନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବିଜ୍ଞାପନ ଛାଡ଼ିବା ପରେ ଏଥିପାଇଁ ନେଇଥିବା ଟଙ୍କା ସେ ଫେରାଇ ଦେଇଛନ୍ତି।

ଏହାର କାରଣ ଦର୍ଶାଇ ବିଗ୍ ବି କହିଛନ୍ତି ଯେ, ମୋ ବିଜ୍ଞାପନ ଅଗାମୀ ପିଢ଼ିକୁ ପାନ ମସାଲା ଖାଇବାକୁ ପ୍ରେରଣା ଦେବ। ସେଥିପାଇଁ ମୁଁ ଅନେକ ଚିନ୍ତା କରିବା ପରେ ଏହାକୁ ଛାଡ଼ିବାକୁ ମନସ୍ତ କରିଛି। ଏହା ସହ ମୋତେ କମ୍ପାନି ତରଫରୁ ଦିଆଯାଇଥିବା ଟଙ୍କା ଫେରସ୍ତ କରିଛି।

ଉଲ୍ଲେଖଯୋଗ୍ୟ, ବିଗ୍ ବି ଅମିତାଭ ବଚ୍ଚନ କମଲା ପସନ୍ଦର ବିଜ୍ଞାପନ କରିଥିଲେ। ଏବିଷୟରେ ଜାଣିବା ପରେ ଅନେକ ଲୋକ ଏହାକୁ ବିରୋଧ କରିଥିଲେ। ଲୋକମାନେ କହିଥିଲେ ଯେ, ଦେଶର ବରିଷ୍ଠ ନାଗରିକ ହୋଇ ଅମିତାଭ ବଚ୍ଚନ ଏପରି ବିଜ୍ଞାପନ କରିବା ଉଚିତ୍ ନୁହେଁ। ଜାତୀୟ ତମାଖୁ ବିରୋଧୀ ସଂଗଠନ ମଧ୍ୟ ଅମିତାଭ ବଚ୍ଚନଙ୍କୁ ଏହି ବିଜ୍ଞାପନରୁ ତାଙ୍କ ନାମ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲା। ଏବେ ବିଗ୍ ବି ବିଜ୍ଞାପନ ଛାଡ଼ିବ‌ା ପରେ ତାଙ୍କର ଏଭଳି ନିଷ୍ପତ୍ତିକୁ ଲୋକେ ପ୍ରଶଂସା କରିଛନ୍ତି। ଏଭଳି କରି ବିଗ୍ ବି ଅନେକ ଅଭିନେତାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବଲିଉଡରେ ଏଭଳି ଆଗଧାଡ଼ିର କଳାକାର ରହିଛନ୍ତି, ଯେଉଁମାନେ ଏବେ ବି ପାନ ମସଲାର ବିଜ୍ଞାପନ କରୁଛନ୍ତି।

ସମ୍ବନ୍ଧିତ ଖବର