ବାହୁବଳୀଙ୍କ ସିନେମାରେ ନଜର ଆସିବେ ଅମିତାଭ ବଚ୍ଚନ; ଅଭିନେତା ଲେଖିଲେ, ‘ସ୍ବପ୍ନ ସତ ହେବାକୁ ଯାଉଛି’

ନୂଆଦିଲ୍ଲୀ: ବୈଜୟନ୍ତୀ ମୁଭିଜର ପ୍ରଯୋଜକ ଓ ସଂସ୍ଥାପକ ଅଶ୍ବିନୀ ଦତ୍ତଙ୍କ ସିନେମାରେ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହିତ ମହାନାୟକ ଅମିତାଭ ବଚ୍ଚନ ନଜର ଆସିବେ ବୋଲି ବୈଜୟନ୍ତୀ ମୁଭିଜ ସୂଚନା ଦେଇଛି।

ତେବେ ବୈଜୟନ୍ତୀ ମୁଭିଜ ଏଯାବତ ଅଲଗା ଅଲଗା ଭାରତୀୟ ଭାଷାରେ ଅନେକ ହିଟ୍ ଫିଲ୍ମ ନିର୍ମାଣ କରିସାରିଛି। ବୈଜୟନ୍ତୀ ମୁଭିଜର ପ୍ରଯୋଜକ ଓ ସଂସ୍ଥାପକ ନାଗ୍ ଅଶ୍ବିନୀ  କହିଛନ୍ତି ସେ ଅମିତାଭ ବଚ୍ଚନଙ୍କ ଜଣେ ବଡ଼ ପ୍ରଶଂସକ। ଅମିତାଭଙ୍କ ଅନେକ ସୁପରହିଟ୍ ଫିଲ୍ମର ତେଲୁଗୁ ରିମେକରେ ସେ କାମ କରିଛନ୍ତି। ଏତେ ବର୍ଷ ପରେ ଗୋଟିଏ ଫିଲ୍ମରେ ଅମିତାଭଙ୍କ ସହ ଏକାଠି କାମ କରିବାକୁ ନେଇ ଅଶ୍ବିନୀ ବେଶ୍ ଉତ୍ସାହିତ ଅଛନ୍ତି।

ଫିଲ୍ମରେ ଅମିତାଭଙ୍କ ଚରିତ୍ର ମୁଖ୍ୟ ରହିଛି। ଏହି ସିନେମାଟି ୨୦୨୨ ବେଳକୁ ରିଲିଜ ହେବ ବୋଲି କୁହାଯାଉଥିବା ବେଳେ ଫିଲ୍କ ମଲଟି ଷ୍ଟାରର ହେବ। ଅବଶ୍ୟ ଫିଲ୍ମର ନାମ ଏଯାଏଁ ଚୟନ କରାଯାଇ ନାହିଁ। ଏହା ସହ ବିଭିନ୍ନ ଭାଷାରେ ଦେଶବ୍ୟାପୀ ସି‌ନେମା ରିଲିଜ ହେବ ବୋଲି କୁହାଯାଉଛି।

अमिताभ और प्रभास

ଏହି ସିନେମାକୁ ନେଇ ପ୍ରଭାସ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ଶେଷରେ ସ୍ବପ୍ନ ସତ ହେବାକୁ ଯାଉଛି। ଆଗାମୀ ସିନେମାରେ ଅମିତାଭ ବଚ୍ଚନଙ୍କ ସହିତ ସ୍କ୍ରିନ୍ ସେୟାର କରିବାକୁ ଯାଉଛି। ନମସ୍କାର ବିଗ ବି।

ସମ୍ବନ୍ଧିତ ଖବର