ମେଗାଷ୍ଟାର ଅମିତାଭ ବଚ୍ଚନ ନିଜ ପରିବାର ସହ ଲକ୍‌ଡାଉନ ସମୟ ଅତିବାହିତ କରୁଛନ୍ତି। ଏଥିସହ ତାଙ୍କର କ୍ବାରାଣ୍ଟିନ୍‌ ସମୟରେ ପ୍ରଶଂସକଙ୍କ ସହ ସମ୍ପର୍କରେ ରହି ଆସୁଛନ୍ତି। ଅମିତାଭ ‘ଭୂତନାଥ’ ଚଳଚ୍ଚିତ୍ର ସମ୍ବନ୍ଧରେ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେ ଏକଥା ମଧ୍ୟ ଉଲ୍ଲେଖ କରିଛନ୍ତି, ଚଳଚ୍ଚିତ୍ର ଅଗ୍ନିପଥ ଓ ଭୂତନାଥ ମଧ୍ୟରେ ସଂଯୋଗ ରହିଛି। ସେ କହିଛନ୍ତି, ଅଗ୍ନିପଥର ଏକ ଦୃଶ୍ୟ କାରାଗାର ମଧ୍ୟରେ ସୁଟ୍‌ ହୋଇଥିଲା। ଯେଉଁଠାରେ କାନ୍ଥରେ ଭୂତନାଥ ବୋଲି ଲେଖା ହୋଇଥିଲା। ସେ ଏକଥା ମଧ୍ୟ କହିଛନ୍ତି, ପିଲାମାନେ ଏବେ ବି ମତେ ଭୂତନାଥ ଅଙ୍କଲ ବୋଲି ଡାକନ୍ତି।