ବିଶ୍ୱକପ ସମୟରେ ବାରମ୍ବାର ବର୍ଷା ହେଉଥିବା ଦେଖି ଟୁଇଟ୍‌ କଲେ ବିଗ୍‌ ବି: ଟୁର୍ଣ୍ଣାମେଣ୍ଟ ଭାରତରେ କରାନ୍ତୁ, ଆମକୁ ବର୍ଷା ଦରକାର

ମୁମ୍ବାଇ : ଏବେ ଆଇସିସି ବିଶ୍ୱକପ ଉପରେ ସାରା ବିଶ୍ୱର ନଜର ରହିଛି । କିନ୍ତୁ ବର୍ଷା ହେତୁ ଏହାର ଅନେକ ମ୍ୟାଚ୍‌କୁ ରଦ୍ଦ କରି ଦିଆଯାଉଛି । ବାରମ୍ବାର ମ୍ୟାଚ୍‌ ରଦ୍ଦ ହେଉଥିବା ଦେଖି କ୍ରିକେଟ ପ୍ରେମୀ ନିରାଶ ହେଉଛନ୍ତି । ଏହା ସହ ଆଇସିସି ବିଶ୍ୱକପକୁ ଇଂଲଣ୍ଡରେ କରାଯିବାକୁ ନେଇ ଅନେକ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି । ତେବେ ଏ ମଧ୍ୟରେ ବିଗ୍‌ ବି ଅମିତାଭ ବଚ୍ଚନ ଯେଉଁ ଟୁଇଟ୍‌ କରିଛନ୍ତି, ତାକୁ ଏବେ ଲୋକେ ଖୁବ୍‌ ପସନ୍ଦ କରୁଥିବା ଦେଖା ଯାଇଛି ।

ବିଗ୍‌ ବି ଟୁଇଟ୍‌ କରି ଆଇସିସି ବିଶ୍ୱକପକୁ ଭାରତକୁ ସିପ୍ଟ କରିବା ପାଇଁ କହିଛନ୍ତି । ସୂଚନା ମୁତାବକ, ଭାରତରେ ଏ ପର୍ଯ୍ୟନ୍ତ ବର୍ଷାର ଦେଖା ନଥିବା ବେଳେ ଇଂଲଣ୍ଡରେ ବାରମ୍ବାର ବର୍ଷା ହେଉଛି । ଭାରତରେ ଲୋକମାନଙ୍କୁ ବର୍ଷା ଦରକାର ହେଉଥିବା ଦେଖି, ଆଇସିସି ବିଶ୍ୱକପକୁ ଭାରତକୁ ସିପ୍ଟ କରାଯାଉ…..ଆମର ବର୍ଷା ଦରକାର ବୋଲି ଲେଖିଛନ୍ତି ବିଗ୍‌ ବି ।

ସମ୍ବନ୍ଧିତ ଖବର