ମୁମ୍ବାଇ: ଅତୀତରେ ମୁମ୍ବାଇ ମେଟ୍ରୋକୁ ବିରୋଧ କରୁଥିବା ମେଗାଷ୍ଟାର୍ ଅମିତାଭ ବଚ୍ଚନ ନିକଟରେ ମୋଟ୍ରୋ ପାଇଁ ବିଜ୍ଞାପନ କରି ଚର୍ଚ୍ଚାରେ ରହିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ ତାଙ୍କ ଟ୍ଵିଟର୍ ଆକାଉଣ୍ଟ୍ରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। ସେଥିରେ କିପରି ମେଟ୍ରୋ ଦ୍ୱାରା ଖୁବ୍ କମ୍ ସମୟ ବ୍ୟୟ କରି ନିଜ ଗନ୍ତବ୍ୟରେ ପହଞ୍ଚି ହେବ ବିଗ୍ ବି ଅମିତାଭ କରୁଥିବାର ଦେଖିବାକୁ ମିଳିଛି। ଭିଡିଓଟିର ଶୀର୍ଷକ ହେଉଛି ‘ମୁମ୍ବାଇ ଇନ୍ ମିନିଟ୍’।
मुंबई काही मिनिटात...
Mumbai in minutes...#MumbaiMetrohttps://t.co/8i80TJyzCXpic.twitter.com/EeSTVhLN6e— Devendra Fadnavis (@Dev_Fadnavis) September 1, 2019
ଉଲ୍ଳେଖଯୋଗ୍ୟ, ୨୦୧୦ ମସିହାରେ ସୁପର୍ଷ୍ଟାର୍ ଅମିତାଭ ବଚ୍ଚନ ମୁମ୍ବାଇ ମେଟ୍ରୋ ନିର୍ମାଣ ପ୍ରକଳ୍ପକୁ ବିରୋଧ କରିଥିଲେ। ମେଟ୍ରୋର ରେଳ ଧାରଣା ବଚ୍ଚନଙ୍କ ଘର ‘ପ୍ରତୀକ୍ଷା’ ପାଖ ଦେଇ ଯିବାକୁ ଥିବା ହେତୁ ଏହା ତାଙ୍କ ପରିବାରର ଶାନ୍ତି ଭଙ୍ଗ କରିବ ବୋଲି ଅଭିଯୋଗ ଆଣି ବିରୋଧ କରିଥିଲେ ବିଗ୍ ବି। ଶେଷରେ ମୁମ୍ବାଇ ମେଟ୍ରୋ ଆରମ୍ଭ ହୋଇ ସାରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବ୍ୟକ୍ତିଗତ ଯାନରେ ନ ଯାଇ ମୁମ୍ବାଇ ମେଟ୍ରୋରେ ଗଲେ ସମୟ ବଞ୍ଚା ଯାଇପାରିବ ବୋଲି ବିଗ୍ ବି ବିଜ୍ଞାପନ କରିଛନ୍ତି।