ଏହି କାରଣରୁ ଦୁଇ ବର୍ଷ ହେଲା ଦୀପାବଳି ପାଳନ କରିନଥିଲେ ବିଗ୍‌ ବି, ଏଥର ଧୁମ୍‌ଧାମ୍‌ରେ କରିବେ

ମୁମ୍ବାଇ: ନିଜ ପ୍ରଶଂସକମାନଙ୍କୁ ଦୀପାବଳି ଶୁଭେଚ୍ଛା ଦେବାକୁ ସୋସିଆଲ୍‌ ମିଡିଆର ସହାୟତା ନେଇଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ସେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟ୍‌ରରେ ପତ୍ନୀ ଜୟା ଓ କନ୍ୟା ଶ୍ୱେତା ବଚ୍ଚନଙ୍କର ସହ ତାଙ୍କର ଦୁଇ ପୁରୁଣା ଫଟୋ ଦେଇ ଲେଖିଛନ୍ତି, ‘ସମସ୍ତଙ୍କୁ ଦୀପାବଳି ଶୁଭେଚ୍ଛା। ସଭିଙ୍କୁ ଶାନ୍ତି, ସମୃଦ୍ଧି ଓ ସଫଳତା ମିଳୁ।’ ଏହା ସହ ଆହୁରି ବି ଲେଖିଛନ୍ତି ଯେ ଦୀପାବଳି ଶୁଭେଚ୍ଛା ଦେଇଥିବା ସମସ୍ତଙ୍କୁ ମୁଁ ଏଠାରେ ଶୁଭେଚ୍ଛା ଜଣାଉଛି। ପ୍ରତ୍ୟେକଙ୍କୁ ଜଣ ଜଣ କରି ଶୁଭେଚ୍ଛା ଦେବା ଅସମ୍ଭବ।

ଶୁଣିବାକୁ ମିଳିଛି ଯେ ଅମିତାଭ ବଚ୍ଚନ ମୁମ୍ବାଇରେ ଦୀପାବଳି ପାଇଁ ଏକ ପାର୍ଟି ମଧ୍ୟ ରଖିଛନ୍ତି। ୨୦୧୭ ଓ ୨୦୧୮ ମସିହାରେ ବଚ୍ଚନ ପରିବାର ଦୀପାବଳି ପାଳନ କରିନଥିଲା। ୨୦୧୭ ମସିହାରେ ବୋହୂ ଐଶ୍ୱର୍ଯ୍ୟାଙ୍କ ପିତୃ ବିୟୋଗ ହୋଇଥିବା ବେଳେ ୨୦୧୯ରେ ଝିଅ ଶ୍ୱେତା ବଚ୍ଚନଙ୍କ ଶଶୁରଙ୍କର ବିୟୋଗ ହୋଇଥିଲା।

ସମ୍ବନ୍ଧିତ ଖବର