ମୁମ୍ବାଇ: ‘ବଲିଉଡ୍‌’ର ‘ମେଗାଷ୍ଟାର୍‌’ ଅଭିନେତା ଅମିତାଭ ବଚ୍ଚନ ଆଜି ସ୍ୱକୀୟ ଶୈଳୀରେ ତାଙ୍କର ୭୯ତମ ଜନ୍ମଦିନ ପାଳନ କରିଛନ୍ତି। ଆଜି ସକାଳେ ପ୍ରଥମେ ପ୍ରଯୋଜକ ଆନନ୍ଦ ପଣ୍ଡିତଙ୍କୁ ଭେଟି ‘ବିଗ୍‌ ବି’ ଆରମ୍ଭ କରିଛନ୍ତି ତାଙ୍କର ଜନ୍ମଦିନ ପାଳନ ଉତ୍ସବ। ସଦ୍ୟତମ ଚଳଚ୍ଚିତ୍ର ‘ଚେହେରେ’ ପାଇଁ ଅମିତାଭ ଓ ଆନନ୍ଦ ପଣ୍ଡିତ ଏକତ୍ର ହୋଇଛନ୍ତି।

Advertisment

ଏହି ଅବସରରେ ତାଙ୍କର ଘନିଷ୍ଠ ତଥା ଶୁଭେଚ୍ଛୁମାନେ ସୋସିଆଲ ମିଡିଆରେ ଅମିତାଭ ବଚ୍ଚନଙ୍କୁ  ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି କ୍ରମରେ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ତାଙ୍କ ବୟସ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାକୁ ତାଙ୍କ ଝିଅ ଶ୍ୱେତା ବଚ୍ଚନ ସଂଶୋଧନ କରିଛନ୍ତି। ଅମିତାଭ ବଚ୍ଚନଙ୍କ ପୋଷ୍ଟରେ ନବ୍ୟା, ଭୁମ ଓ ରଣବୀର ସମେତ ଅନେକଲୋକ ପ୍ରତିକ୍ରିୟା ଦେଇଛନ୍ତି।

ଜନ୍ମଦିନରେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ସହିତ ଅମିତାଭ ଲେଖିଛନ୍ତି, ୮୦ର ପର୍ଯ୍ୟାୟରେ ପହଞ୍ଚିଛି। ଏହି ପୋଷ୍ଟର କମେଣ୍ଟ ସେକ୍ସନରେ ବିଗ୍ ବିଙ୍କ ଝିଅ ସଂଶୋଧନ କରି ୭୦ବୟସ ଲେଖିଛନ୍ତି। ଫଟୋରେ ଅମିତାଭ ବଚ୍ଚନ ଲାଇଟ୍ ଗ୍ରେ ଜ୍ୟାକେଟ ଏବଂ ଡାର୍କ ଗ୍ରେ ଟ୍ରାଉଜର ପିନ୍ଧିଥିବାର ନଜର ଆସିଛନ୍ତି। ସେ ଏକ ସ୍ଲିଙ୍ଗ ବ୍ୟାଗ ଧରିଛନ୍ତି। ତାଙ୍କର ଏହି ପୋଷ୍ଟକୁ ନେଇ ଅନେକ ସେଲିବ୍ରେଟ୍ ପ୍ରତିକ୍ରିୟା ଦେଇଛନ୍ତି।