ମୁମ୍ବାଇ: ଶନିବାର ବିଳମ୍ବିତ ରାତ୍ରୀରେ ଚୀର ନିତ୍ରାରେ ଶୋଇଗଲେ ‘ସଦ୍ମା ଗାର୍ଲ’ ଶ୍ରୀଦେବୀ। ମାତ୍ର ୫୪ ବର୍ଷ ବୟସରେ ବବ୍ଲି ନାୟିକା ଶ୍ରୀଦେବୀଙ୍କ ପରଲୋକ
ସମଗ୍ର ବଲିଉଡ୍ରେ ଶୋକର ଛାୟା ଖେଳାଇ ଦେଇଛି। ଏବେ ସବୁଠାରୁ ଚର୍ଚ୍ଚାର ବିଷୟରେ ହେଉଛି ଶ୍ରୀଦେବୀଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ବୋଧେ ବିଗ୍ ବି ଅଭିତାଭ ବଚ୍ଚନଙ୍କୁ ସାମାନ୍ୟତମ ସୂଚନା ମିଳିସାରିଥିଲା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିଗ୍ ବି ତାଙ୍କ ଟୁଇଟର୍ ଆକାଉଣ୍ଟ୍ରେ ରାତି ୧.୧୫ରେ ଏକ ପୋଷ୍ଟ କରିଥିଲେ ଯେ ‘ଜାଣେନା ଆଜି କ’ଣ ପାଇଁ ଭାରି ବିବ୍ରତ ଲାଗୁଛି(ନାଜେନେ କିଉଁ, ଏକ ଅଜିବ ସି ଘବରାହଟ୍ ହୋ ରହି ହୈ)।’ ବିଗ୍ ବିଙ୍କର ଏହି ଟୁଇଟ୍ର କିଛି ସମୟ ପରେ ଇହଧାମ ତ୍ୟାଗ କରିଥିଲେ ଚାନ୍ଦିନୀ। ତେବେ, ଏଥିରୁ ସ୍ପଷ୍ଟ୍ ଯେ ଶ୍ରୀଦେବୀଙ୍କ ସହ ବିଗ୍ ବିଙ୍କର ରହିଥିବା ଉତ୍ତମ ସଂପର୍କ ହେତୁ ତାଙ୍କୁ ଏପରି ଅନୁଭବ ହୋଇଥିଲା।
T 2625 - न जाने क्यूँ , एक अजीब सी घबराहट हो रही है !!
— Amitabh Bachchan (@SrBachchan) February 24, 2018
ଉଲ୍ଳେଖଯୋଗ୍ୟ, ଅଭିନେତ୍ରୀ ଶ୍ରୀଦେବୀ ଦୁବାଇରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ବେଳେ ହୃଦ୍ଘାତରେ ତାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ସହ ସ୍ୱାମୀ ବନି କପୁର୍ ଏବଂ କନ୍ୟା ଖୁସି ଉପସ୍ଥିତ ଥିଲା। ‘ସଦ୍ମା ଗାର୍ଲ’ଙ୍କ ମୃତ୍ୟୁରେ ଏବେ ପୂରା ବଲିଉଡ୍ରେ ସଦ୍ମାରେ।
/sambad/media/post_attachments/wp-content/uploads/2018/02/Amitabh-Bachchan-and-Sridevi-300x225.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Presentation1-9.jpg)