ଭୁବନେଶ୍ବର: ପରଦାକୁ ଆସୁଛି ଏକ ନୂଆ ଓଡ଼ିଆ ଫିଲ୍ମ ‘ତୁ ମୋର ଓକେ’। ଫିଲ୍ମଟି ମୁକ୍ତିଲାଭ କରିବା ଆଗରୁ ଏହାର ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ବଲିଉଡର ମେଗାଷ୍ଟାର୍ ଅମିତାଭ ବଚ୍ଚନ। ସେ ଟୁଇଟ୍ ଜରିଆରେ ଶୀତଲ ଓ ‘ତୁ ମୋର ଓକେ’ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।
T 4386 - Greetings to the Odia Film Industry ..
Film - "tu Moro ok"
Best wishes to Sheetal & Team@dayaentpic.twitter.com/vy7vFH4ihQ— Amitabh Bachchan (@SrBachchan) August 22, 2022
ସୂଚନାଯୋଗ୍ୟ, ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ‘ତୁ ମୋର ଓକେ’ରେ ଜ୍ୟୋତି ନାୟକ ଭୂମିକାରେ ଥିବା ବେଳେ ଶୀତଲ ଅଛନ୍ତି ନାୟିକା ଚରିତ୍ରରେ। ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ଏହାର ସଂଳାପକାର ହେଲେ ନିର୍ମଳ ନାୟକ ଏବଂ ଅସଦ ନିଜାମ ସଙ୍ଗୀତ ନିର୍ଦ୍ଦେଶକ। ଏହା ଏକ ଭିନ୍ନ ସ୍ବାଦର ପ୍ରେମକାହାଣୀ ଉପରେ ଆଧାରିତ ବୋଲି ସୂଚନା ମିଳିଛି।
ଶୀତଲ୍ ୨୦୧୫ରେ ରିଲିଜ୍ ହୋଇଥିବା ‘ଯିଏ ଯାହା କହୁ ମୋର ଢୋ’ ଛବିରୁ ଓଲିଉଡରେ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ଶୀତଲଙ୍କୁ ବାବୁସାନଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ତେବେ ଏହାପରେ ଶୀତଲ ଆଉ ପଛକୁ ଫେରି ଚାହିଁନାହାନ୍ତି। ସେ ବି ଗତ ୭ ବର୍ଷ ହେବ ଓଲିଉଡରେ ସକ୍ରିୟ ଅଛନ୍ତି। ଏବେ ବି ତାଙ୍କ ହାତରେ ରହିଛି କେତୋଟି ସିନେମା।