ମୁମ୍ବାଇ: ବଲିଉଡ୍ରେ ଅନେକ ରେମାଣ୍ଟିକ୍ ଫିଲ୍ମ ତିଆରି ହୋଇଛି । କିନ୍ତୁ ୨୦୦୦ ମସିହାରେ ରିଲିଜ୍ ହୋଇଥିବା ରୋମାଣ୍ଟିକ୍ ଫିଲ୍ମ ମହୋବତେଁର ଗୀତ, କାହାଣୀ ଏବଂ ଚରିତ୍ର ଏବେ ବି ଲୋକମାନଙ୍କ ମନରେ ଘର କରି ରହିଛି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ଅମିତାଭ ବଚ୍ଚନ, ଶାହାରୁଖ୍ ଖାନ୍ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ଦେଖିବାକୁ ମିଳିଥିଲା ।
India Todayରିଲିଜ୍ ପରେ ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇଥିବା ବେଳେ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିଲା । ବିଗ୍ ବି ଅମିତାଭ ବଚ୍ଚନଙ୍କ ପାଇଁ ଏହି ଫିଲ୍ମଟି ଭଗବାନଙ୍କ ସଦୃଶ ଥିଲା । କାରଣ, ଏହି ଫିଲ୍ମ ରିଲିଜ୍ ହେବା ପରେ ତାଙ୍କ ବଲିଉଡ୍ କ୍ୟାରିୟର ବୁଡ଼ୁ ବୁଡ଼ୁ ବଞ୍ଚି ଯାଇଥିଲା । ସେ ସମୟରେ ତାଙ୍କ ଘରକୁ ନିର୍ଦ୍ଦେଶକମାନଙ୍କର ନୁହେଁ; ବରଂ ସେ କରଜ ନେଇଥିବା ଟଙ୍କା ଅସୁଲି ପାଇଁ ଲୋକଙ୍କର ଧାଡ଼ି ଲାଗିଥିଲା । ଏହି ସମୟ ବିଗ୍ ବିଙ୍କ ପାଇଁ ସବୁଠାରୁ ଖରାପ ସମୟ ଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/amitabh-bachchan-759-1.jpg)