୧୮ବର୍ଷ ତଳେ ଏହି ଫିଲ୍ମ ବଞ୍ଚାଇଥିଲା, ବିଗ୍ ବି ଅମିତାଭ ବଚ୍ଚନଙ୍କ ବୁଡ଼ି ଯାଉଥିବା କ୍ୟାରିୟରକୁ!
ମୁମ୍ବାଇ: ବଲିଉଡ୍ରେ ଅନେକ ରେମାଣ୍ଟିକ୍ ଫିଲ୍ମ ତିଆରି ହୋଇଛି । କିନ୍ତୁ ୨୦୦୦ ମସିହାରେ ରିଲିଜ୍ ହୋଇଥିବା ରୋମାଣ୍ଟିକ୍ ଫିଲ୍ମ ମହୋବତେଁର ଗୀତ, କାହାଣୀ ଏବଂ ଚରିତ୍ର ଏବେ ବି ଲୋକମାନଙ୍କ ମନରେ ଘର କରି ରହିଛି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ଅମିତାଭ ବଚ୍ଚନ, ଶାହାରୁଖ୍ ଖାନ୍ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ଦେଖିବାକୁ ମିଳିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ରିଲିଜ୍ ପରେ ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇଥିବା ବେଳେ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିଲା । ବିଗ୍ ବି ଅମିତାଭ ବଚ୍ଚନଙ୍କ ପାଇଁ ଏହି ଫିଲ୍ମଟି ଭଗବାନଙ୍କ ସଦୃଶ ଥିଲା । କାରଣ, ଏହି ଫିଲ୍ମ ରିଲିଜ୍ ହେବା ପରେ ତାଙ୍କ ବଲିଉଡ୍ କ୍ୟାରିୟର ବୁଡ଼ୁ ବୁଡ଼ୁ ବଞ୍ଚି ଯାଇଥିଲା । ସେ ସମୟରେ ତାଙ୍କ ଘରକୁ ନିର୍ଦ୍ଦେଶକମାନଙ୍କର ନୁହେଁ; ବରଂ ସେ କରଜ ନେଇଥିବା ଟଙ୍କା ଅସୁଲି ପାଇଁ ଲୋକଙ୍କର ଧାଡ଼ି ଲାଗିଥିଲା । ଏହି ସମୟ ବିଗ୍ ବିଙ୍କ ପାଇଁ ସବୁଠାରୁ ଖରାପ ସମୟ ଥିଲା ।