ଅମିତାଭ ବଚ୍ଚନ ଟୁଇଟ କରି କହିଲେ, ପ୍ଲିଜ..ପ୍ଲିଜ.., ମୋ ସିନେମାକୁ ରିଲିଜ କରିଦିଅ

ନୂଆଦିଲ୍ଲୀ: ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି ବୋଲି ଜାଣିଛେ। ନିକଟରେ ସେ ଟୁଇଟରେ ନିଜର ଅଟକି ଥିବା ସିନେମାକୁ ରିଲିଜ କରିବା ପାଇଁ ଅନୁରୋଧ କରିଛନ୍ତି। ଏହି ସିନେମା ଅନେକ ଦିନ ହେବ ଅଟକି ରହିଛି ଓ ରିଲିଜ ହୋଇ ପାରୁନାହିଁ। ଅମିତାଭଙ୍କ ଏହି ସିନେମାର ନାମ ‘ସୁବାଇଟ’ ।

ଅମିତାଭ ଟୁଇଟ କରି କହିଛନ୍ତି, ପ୍ଲିଜ …ପ୍ଲିଜ…ପ୍ଲିଜ ୟୁଟିବି ଆଣ୍ଡ ଡିଜନ୍ନି ଯାହାଙ୍କ ପାଖରେ ବି ଏହି ସିନେମା ରହିଛି ଦୟାକରି ରିଲିଜ କରି ଦିଅନ୍ତୁ। ଏଥିରେ ବହୁତ ପରିଶ୍ରମ କରିବାକୁ ପଡ଼ିଛି…କ୍ରିଏଟିଭିଟିକୁ ହତ୍ୟା କରନାହିଁ। ଏହି ଟୁଇଟ ସହିତ ଅମିତାଭ ସିନେମାର କିଛି ଫଟୋ ସେୟାର କରିଛନ୍ତି। ଏହି ସିନେମାର ସୁଟିଂ ଶେଷ ହୋଇସାରିଛି। କିନ୍ତୁ ଆଇନଗତ ଝାମଲା ହେତୁ ଏହାକୁ ରିଲିଜ କରାଯାଇ ପାରୁନାହିଁ।

ଅମିତାଭଙ୍କ ଏହି ସିନେମାର ନିର୍ଦ୍ଦେଶନା ସୁଜିତ ସରକାର କରିଛନ୍ତି। ଏହି ସିନେମାରେ ଅମିତାଭ ଜାନ୍‌ ପରେରା ଭୂମିକା ନିଭାଇଛନ୍ତି । ଯିଏକି ୬୦ବର୍ଷ ବୟସରେ ନିଜକୁ ଖୋଜିବା ପାଇଁ ବାହାରିଛନ୍ତି। ଏହି ସିନେମାରେ ଅମିତାଭଙ୍କ ବ୍ୟବତୀତ ନଓ୍ଵାଜୁଦ୍ଦିନ୍‌ ସିଦ୍ଧିକ, ଜିମି ସେରଗିଲ, ଦିୟା ମିର୍ଜା ଓ ସାରିକା ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି।

 

ସମ୍ବନ୍ଧିତ ଖବର