କରୋନା ଲକ୍ଡାଉନ୍ ସମଗ୍ର ଦେଶବାସୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଥିବା ବେଳେ ଏଭଳି ବିପତ୍ତିକୁ ସାମ୍ନା କରୁଥିବା ଫିଲ୍ମ ଶିଳ୍ପ ସହ ଜଡ଼ିତ ୧ଲକ୍ଷ ଶ୍ରମିକଙ୍କୁ ରାସନ ଯୋଗାଇଦେବେ ମେଗାଷ୍ଟାର ଅମିତାଭ ବଚ୍ଚନ। ସୋନି ପିକଚର୍ସ ନେଟ୍ୱର୍କ ପକ୍ଷରୁ ଏହି ସୂଚନା ମିଳିଛି। ବିଗ୍ ବି’ଙ୍କ ଏପରି ପଦକ୍ଷେପକୁ ତାଙ୍କର ପ୍ରଶଂସକମାନେ ବେଶ୍ ପ୍ରଶଂସା କରିଛନ୍ତି। ଏହି ମହାବିପତ୍ତି ବେଳେ ବଲିଉଡ୍ର ବହୁ ସେଲେବ୍ରିଟି କରୋନା ମୁକାବିଲା ପାଇଁ ଦାନ ଦେଉଥିବା ବେଳେ ଅମିତାଭ ବଚ୍ଚନ ଏଥିରେ ସାମିଲ୍ ହୋଇନଥିବାରୁ ଅନେକ ଏଥିପାଇଁ ତାଙ୍କୁ ଟ୍ରୋଲ କରିଥିଲେ। ବିଗ ବି’ ମଧ୍ୟ ଏହାର ଜବାବରେ ଏକ କବିତା ଲେଖିଥିଲେ। କବିତା ଜରିଆରେ ସେ କହିଥିଲେ ଯେ ସେ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି। ମାତ୍ର ଏସମ୍ପର୍କରେ ସେ ପ୍ରଚାର କରୁନାହାନ୍ତି। କିଛି ଲୋକ ଅଛନ୍ତି ଯିଏ ଦାନ ଦେଇ ପ୍ରଚାର କରନ୍ତି କିନ୍ତୁ ଦ୍ବିତୀୟ ଶ୍ରେଣୀର ଲୋକେ ଦାନ ଦିଅନ୍ତି, ହେଲେ ଏହାର ପ୍ରଚାର କରନ୍ତି ନାହିଁ। ମୁଁ ସେଇ ଦ୍ବିତୀୟ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ରହିବାକୁ ପସନ୍ଦ କରେ।
୧ଲକ୍ଷ ଶ୍ରମିକଙ୍କୁ ରାସନ ଦେବେ ଅମିତାଭ ବଚ୍ଚନ
/sambad/media/post_attachments/wp-content/uploads/2018/10/amitav-big_b_.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)