ଦେଶବାସୀଙ୍କୁ ବଧେଇ ଦେଲେ ଅମିତାଭ

ବଲିଉଡ୍ ବିଗ୍‌ ବି’ ଅମିତାଭ ବଚ୍ଚନ ବିଶ୍ବ ହିନ୍ଦୀ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଟ୍ବିଟରରେ ଏକ ଫଟୋରେ ଅମିତାଭ୍ ନିଜ ମାତୃଭାଷା ଓ ହିନ୍ଦୀକୁ ରାଷ୍ଟ୍ରଭାଷା ବୋଲି ଉଲ୍ଲେଖ କରିଛନ୍ତି। ଫଟୋରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି ‘ରାଷ୍ଟ୍ରଭାଷା ବିନା ରାଷ୍ଟ୍ର ମୂକ ଅଟେ’। ତେବେ ବିଶ୍ବରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର କରିବା ପାଇଁ ଆମକୁ ପ୍ରୟାସ କରିବା ପାଇଁ ପଡ଼ିବ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଅମିତାଭ୍ ବ୍ରହ୍ମାସ୍ତ୍ର ଫିଲ୍ମରେ ନଜରରେ ଆସିବେ।

ସମ୍ବନ୍ଧିତ ଖବର