ହରର୍‌ ଫିଲ୍ମ ବି କରିଛନ୍ତି ଅମିତାଭ ବଚ୍ଚନ

ମୁମ୍ବାଇ: ଏମିତି ଅନେକ ସିନେମା ଅଛି ଯାହାର କାହାଣୀ ରହସ୍ୟ ରୋମାଞ୍ଚରେ ଭରପୂର। ଏହାକୁ ହରର୍‌ ଫିଲ୍ମ ବୋଲି ବି କୁହାଯାଏ। ଏଥିରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ସୁପରଷ୍ଟାର ସଲମାନ୍‌ ଖାନ୍‌ ଓ ହଟ୍‌ ହିରୋଇନ୍‌ ବିପାସା ବସୁଙ୍କ ଯାଏଁ ଅଭିନୟ କରିଛନ୍ତି । କିନ୍ତୁ ଏଥି ମଧ୍ୟରୁ ଏହି କଳାକାର ଥାଇ ବି ଅଧିକାଂଶ ହରର୍‌ ଫିଲ୍ମ ଫ୍ଲପ୍‌ ହୋଇଥିଲା। ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନ ଅନେକ ପ୍ରକାରର ସିନେମାରେ କାମ କରିଛନ୍ତି। ଏଥିମଧ୍ୟରୁ ୨୦୦୬ରେ ରିଲିଜ୍‌ ହୋଇଥିବା ହରର୍‌ ସିନେମା ‘ ଡର୍‌ ନା ଜରୁରୀ ହେ ’ ଗୋଟିଏ।

photo-youtube

ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ସେ। ସତୀଶ କୌଶିକ୍‌ ଓ ରାମ ଗୋପାଲ ବର୍ମାଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଅନୀଲ କପୁର, ସୁନୀଲ ସେଟ୍ଟି, ରିତେଶ ଦେଶମୁଖ୍‌ , ଅର୍ଜୁନ ରାମପାଲ୍‌ , ମଲ୍ଲିକା ଶେରାଓ୍ଵତ୍‌ , ଇଶା କୋପିକର୍‌ ଓ ବିପାସା ବସୁ ପ୍ରମୁଖ ମଧ୍ୟ ଅଭିନୟ କରିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା । ପ୍ରାୟ ୧୮ କୋଟିରେ ତିଆରି ଏହି ସିନେମା କିନ୍ତୁ ଭଲ ବ୍ୟବସାୟ କରିଥିଲା। ଏହାର ବକ୍ସ ଅଫିସ କଲେକ୍ସନ୍‌ ଥିଲା ମାତ୍ର ସାଢେ ୬ କୋଟି ଟଙ୍କା ।

ସମ୍ବନ୍ଧିତ ଖବର