ଏହି କଳାକାରଙ୍କୁ ଦ୍ୱିତୀୟ ପିତା ବୋଲି କହନ୍ତି ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ, ଜାଣନ୍ତି ଏହାର କାରଣ ?

ମୁମ୍ବାଇ: ଆଜି ହେଉଛି ବଲିଉଡର ପ୍ରଖ୍ୟାତ କଳାକାର ମେହେମୁଦଙ୍କ ଜନ୍ମଦିନ। ସଫଳତାର ଶୀର୍ଷରେ ପହଞ୍ଚିବା ପରେ ମଧ୍ୟ ମେହମୁଦ୍‌ କେବେ ହେଲେ କାହାରିକୁ ସହାୟତା କରିବାକୁ ପଛଘୁଞ୍ଚା ଦେଉ ନଥିଲେ। ବଲିଉଡର ଏହି ସଫଳତମ ହାସ୍ୟାଭିନେତା ଅନେକ କଳାକାରଙ୍କ ଭାଗ୍ୟ ବଦଳାଇଛନ୍ତି। ଏମାନଙ୍କ ଭିତରୁ ଜଣେ ହେଲେ ବିଗ୍‌ ବି ଅମିତାଭ ବଚ୍ଚନ।
ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ମେହମୁଦଙ୍କୁ ତାଙ୍କର ଦ୍ୱିତୀୟ ପିତା ବୋଲି କହୁଥିଲେ। ଅମିତାଭ ବଚ୍ଚନ ଏକଥା ବି ସ୍ୱୀକାର କରନ୍ତି।
୨୦୦୪ ଜୁଲାଇ ମାସରେ ଯେତେବେଳେ ମେହମୁଦଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ ଅମିତାଭ ବଚ୍ଚନ ଲେଖିଥିଲେ ଯେ ଜଣେ ଅଭିନେତା ଭାବେ ମେହମୁଦ କ୍ୟାରିଅର୍‌ର ପ୍ରାରମ୍ଭିକ ସମୟରେ ବହୁତ ସାହାଯ୍ୟ କରିଥିଲେ।

वो एक्टर जिसे हीरो से ज्यादा मिलते थे पैसे, डायलॉग से दिलों पर किया राज
image source-aajtak

ମେହମୁଦ୍‌ ହେଉଛନ୍ତି ପ୍ରଥମ ପ୍ରଯୋଜକ ଯିଏ କି ଅମିତାଭ ବଚ୍ଚନଙ୍କ ଭଳି ଲଗାତାର ଫ୍ଲପ୍‌ ଦେଉଥିବା ଅଭିନେତାଙ୍କୁ ମଧ୍ୟ ‘ବମ୍ବେ ଟୁ ଗୋଆ’ ଫିଲ୍ମରେ ହିରୋ ଭାବେ ଚୁକ୍ତିବଦ୍ଧ କରିଥିଲେ।‘ବମ୍ବେ ଟୁ ଗୋଆ’ ମିଳିବା ପୂର୍ବରୁ ଅମିତାଭ ବଚ୍ଚନ ନିଜ କ୍ୟାରିଅର୍‌କୁ ନେଇ ନିରାଶା ଘେରରେ ଥିଲେ। ସେ ଘରକୁ ଫେରିଯିବାର ଯୋଜନା ବି କରିସାରିଥିଲେ।

ଠିକ୍‌ ସେହି ସମୟରେ ମେହମୁଦଙ୍କ ଭାଇ ଅନଓ୍ଵର୍‌ ଅମିତାଭଙ୍କୁ ଅଟକାଇଥିଲେ। ଅନଓ୍ଵର୍‌ ମେହମୁଦଙ୍କୁ ଅମିତାଭଙ୍କ ସଂପର୍କରେ କହିଥିଲେ। ସେତେବେଳେ ଅମିତାଭଙ୍କ ପାଖରେ ରହିବା ପାଇଁ ଜାଗା ବି ନଥିଲା। ଏଭଳି ସ୍ଥିତିରେ ମେହମୁଦ୍‌ ନିଜ ଘରେ ଅମିତାଭଙ୍କର ରହିବାର ବ୍ୟବସ୍ଥା କରିଥିଲେ ଓ ‘ବମ୍ବେ ଟୁ ଗୋଆ’ ସମେତ ଲଗାତାର ସାତଟି ସିନେମାରେ କାମ ଦେଇଥିଲେ।

ସମ୍ବନ୍ଧିତ ଖବର