ମୁମ୍ବାଇ: ଏବେ ବଚ୍ଚନ ପରିବାରର ଖବର ମୁଖ୍ୟ ପ୍ରସଙ୍ଗରେ ଅଛି। ଗତ କିଛି ଦିନ ହେବ ଖବର ଆସୁଛି ଯେ ଅମିତାଭ ବଚ୍ଚନ, ଜୟା ବଚ୍ଚନଙ୍କ ବୋହୂ ଏବଂ ପୁଅ ନିଜ ଦାମ୍ପତ୍ୟ ଜୀବନରେ ଖୁସି ନୁହଁନ୍ତି। ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଦେଖାଦେଇଛି। ଏସବୁ ମଧ୍ୟରେ ଜୟା ବଚ୍ଚନଙ୍କ ଏକ ମନ୍ତବ୍ୟ ହେଡଲାଇନ ସୃଷ୍ଟି କରୁଛି ଯେଉଁଥିରେ ସେ ଐଶ୍ୱର୍ଯ୍ୟା ରାୟଙ୍କୁ ଦେଖି ବିଗ୍ ବି କିପରି ଅନୁଭବ କରିଥିଲେ ବୋଲି କହିଥିଲେ।

Advertisment

ଉଭୟଙ୍କ ବିବାହ ୨୦ ଏପ୍ରିଲ ୨୦୦୭ରେ ହୋଇଥିଲା। ଏହି ଦମ୍ପତିଙ୍କର ୧୪ ବର୍ଷର ଝିଅ ଆରାଧ୍ୟା ଅଛନ୍ତି। ତେବେ ଗତ କିଛି ଦିନ ହେବ ଏହି ଦମ୍ପତିଙ୍କ ବିଷୟରେ ଅନେକ ନକାରାତ୍ମକ ଖବର ଆସୁଛି। ଏହି ଦମ୍ପତିଙ୍କ ୧୭ବର୍ଷର ବିବାହ ବିପଦରେ ଥିବା ଅନୁମାନ କରାଯାଉଛି। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଏହି ଯୋଡି ପାଇଁ ବହୁତ ଚିନ୍ତିତ ଅଛନ୍ତି।

ସବୁ ମଧ୍ୟରେ ଜୟା ବଚ୍ଚନଙ୍କ ଏକ ମନ୍ତବ୍ୟ ଖବର ଶିରୋନାମାରେ ରହିଛି। ଯେଉଁଥିରେ ସେ ଅମିତାଭ ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ବନ୍ଧନ ବିଷୟରେ କହୁଛନ୍ତି। ଜୟା ବଚ୍ଚନଙ୍କ ଏହି ମନ୍ତବ୍ୟ ମଧ୍ୟ ୧୭ ବର୍ଷ ପୁରୁଣା । ଯେତେବେଳେ ଐଶ୍ଚର୍ଯ୍ୟା ନବ ବିବାହିତ ଥିଲେ ଏବଂ ସେ ବଚ୍ଚନ ପରିବାରରେ ଜଣେ ବୋହୂ ଭାବରେ ଯୋଗ ଦେଇଥିଲେ। ଏହି ସମୟରେ ଜୟା ବଚ୍ଚନ କରଣ ଜୋହରଙ୍କ ଟକ୍ ସୋ 'କଫି ୱିଥ୍ କରଣ'ରେ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ସମୟରେ ସେ ବୋହୂ ଏବଂ ପୁଅର ସମ୍ପର୍କ ତଥା ବୋହୂ ପରିବାର ସହିତ କିପରି ଅଛନ୍ତି ସେ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ। ଏହା ସହିତ ସେ ଅମିତାଭ ଏବଂଐଶ୍ୱର୍ଯ୍ୟାଙ୍କ ସମ୍ପର୍କ ବିଷୟରେ ଅନେକ ରହସ୍ୟ ମଧ୍ୟ ପ୍ରକାଶ କରିଥିଲେ।

କଫି ୱିଥ୍ କରଣ'ରେ ଜୟା ତାଙ୍କ ଜୀବନର ଏକ ସୁନ୍ଦର ମୁହୂର୍ତ୍ତ ସେୟାର କରିଥିଲେ। ଜୟା ବଚ୍ଚନ କହିଥିଲେ ଯେ, ଯେତେବେଳେ ତାଙ୍କ ଝିଅ ଶ୍ୱେତା ବଚ୍ଚନ ବିବାହ କରିଥିଲେ, ସେତେବେଳେ ଅମିତାଭ ବଚ୍ଚନଙ୍କ ଜୀବନରେ ଏକ ଶୂନ୍ୟସ୍ଥାନ ରହିଥିଲା ​​ଏବଂ ଐଶ୍ୱର୍ଯ୍ୟା ରାୟ ତାଙ୍କ ବୋହୂ ଭାବରେ ତାଙ୍କ ଘରକୁ ଆସିବାବେଳେ ସେହି ଶୂନ୍ୟସ୍ଥାନ ପୂରଣ ହୋଇଥିଲା। ଯେତେବେଳେ ବି ଅମିତାଭ ଐଶ୍ୱର୍ଯ୍ୟାଙ୍କୁ ଦେଖନ୍ତି ସେତେବେଳେ ଖୁସି ହୁଅନ୍ତି। ବିଗ୍ ବି ଅମିତାଭ କେବେ ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ବୋହୂ ଭାବରେ ଦେଖି ନ ଥିଲେ। ସେ ସବୁବେଳେ ଐଶ୍ୱର୍ଯ୍ୟାଙ୍କୁ ଝିଅ ପରି ଦେଖୁଥିଲେ।

ଶ୍ୱେତାଙ୍କ ବିଦାୟ ନେବା ପରେ ଐଶ୍ୱର୍ଯ୍ୟା ଶୂନ୍ୟସ୍ଥାନ ପୂରଣ କରିଥିଲେ। ଶ୍ୱେତା ପରିବାରରେ ନାହାନ୍ତି, ସେ ବାହାରେ ଅଛନ୍ତି ଏବଂ ଶ୍ବେତା ଏବେ ଜଣେ ବଚ୍ଚନ ନୁହଁନ୍ତି ବୋଲି ଆମେ କଦାପି ଆଡଜଷ୍ଟ କରି ପାରିଲୁ ନାହିଁ। ଏହା ବହୁତ କଷ୍ଟକର ଥିଲା।

ସୂଚନାଯୋଗ୍ୟ, ଯେତେବେଳେ ବି ଜୟା ସୁଯୋଗ ପାଆନ୍ତି, ସେ ତାଙ୍କ ପରିବାର ବିଷୟରେ କଥାବାର୍ତ୍ତା କରନ୍ତି । ଥରେ ଷ୍ଟାରଡଷ୍ଟ ମାଗାଜିନ ସହିତ କଥା ହେବାବେଳେ ଜୟା ତାଙ୍କ ବୋହୂ ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସା କରି ତାଙ୍କୁ ଜଣେ ମା’ ବୋଲି କହିଥିଲେ। ଖବର ଅନୁଯାୟୀ, ସେ କହିଥିଲେ, 'ଐଶ୍ୱର୍ଯ୍ୟା ନିଜେ ଇଣ୍ଡଷ୍ଟ୍ରିର ଜଣେ ବଡ ତାରକା, ତଥାପି ସେ ନିଜ ପରିବାରକୁ ବହୁତ ଗୁରୁତ୍ୱ ଦିଅନ୍ତି। ଐଶ୍ୱର୍ଯ୍ୟା ଜଣେ ଶକ୍ତିଶାଳୀ ମହିଳା। ଏହା ସହିତ ଜୟା କହିଥିଲେ ଯେ ଐଶ୍ୱର୍ଯ୍ୟା ଜଣେ ଆଶ୍ଚର୍ଯ୍ୟଜନକ ମା’ ଏବଂ ଐଶ୍ୱର୍ଯ୍ୟା ନିଜ ଝିଅର ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତି ଏବଂ ସମସ୍ତ କାର୍ଯ୍ୟ ନିଜେ କରନ୍ତି।

ଯେତେବେଳେ ଜୟା ବଚ୍ଚନଙ୍କ ଝିଅ ଶ୍ୱେତା ତାଙ୍କ ଭାଇ ଅଭିଷେକଙ୍କ ସହ 'କଫି ୱିଥ୍ କରନ'ରେ ପହଞ୍ଚିଥିଲେ, ସେତେବେଳେ ସେ ଐଶ୍ୱର୍ଯ୍ୟାଙ୍କ ବିଷୟରେ ବହୁତ ସକାରାତ୍ମକ କଥା କହିଥିଲେ। ସେ ଐଶ୍ୱର୍ଯ୍ୟାଙ୍କୁ ଜଣେ ଭଲ ମା’ ବୋଲି ମଧ୍ୟ କହିଥିଲେ। ଐଶ୍ୱର୍ଯ୍ୟା ଆରାଧ୍ୟାଙ୍କର ଯତ୍ନ ନେଉଥିବା କହିଥିଲେ। ଆମେ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛୁ ଐଶ୍ୱର୍ଯ୍ୟା ବହୁତ ଯତ୍ନଶୀଳ ମା’। ସେ ମୋ ପିଲା କିମ୍ବା ଆରାଧ୍ୟା ମଧ୍ୟରେ କୌଣସି ପାର୍ଥକ୍ୟ ଅନୁଭବ କରନ୍ତି ନାହିଁ। ଏହା ହେଉଛି ତାଙ୍କର ସର୍ବୋତ୍ତମ ଗୁଣ ବୋଲି ଶ୍ବେତା କହିଥିଲେ।