ନିଜ ହାତରେ ପତ୍ର ଲେଖି ଏହି ନାୟିକାଙ୍କ ପାଖକୁ ପଠାଇଲେ ବଲିଉଡ୍‌ର ମହାନାୟକ ଅମିତାଭ୍‌ ବଚ୍ଚନ

ମୁମ୍ବାଇ: ରାଧିକା ମଦାନ୍‌ଙ୍କ ଫିଲ୍ମ ‘ଅଂଗ୍ରେଜି ମିଡିୟମ୍‌’ ଦେଖିବା ପରେ ବିଗ୍ ବି ଅମିତାଭ ବଚ୍ଚନ ଖିସିରେ ଗଦଗଦ ହୋଇଛନ୍ତି।  ସେ ଫିଲ୍ମରେ ରାଧିକାଙ୍କ ଅଭିନୟକୁ ଦେଖି ବଲିଉଡ୍‌ର ମହାନାୟକ ଅମିତାଭ୍‌ ବଚ୍ଚନ ଏତେ ପ୍ରଭାବିତ ହେଲେ ଯେ ସେ ରାଧିକାଙ୍କ ନିକଟକୁ ନିଜ ହାତରେ ଏକ ପତ୍ର ଲେଖି ପଠାଇବା ସହ ଏକ ଫୁଲତୋଡ଼ା ଦେଇଛନ୍ତି । ରାଧିକା ଏ ସମ୍ପର୍କରେ ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ସୂଚନା ଦେଇଛନ୍ତି ।

Image result for radhika madan

ରାଧିକା ଏହି ପୋଷ୍ଟରେ ‘ନିଶବ୍ଦ’ ଲେଖିଛନ୍ତି । ଅଭିତାଭ୍‌ଙ୍କଠାରୁ ଏଭଳି ପ୍ରତିକ୍ରିୟା ମିଳିଥିବାରୁ ସେ ତାଙ୍କ ନିକଟରେ କୃତଜ୍ଞ ଥିବା ଉଲ୍ଲେଖ କରିଛନ୍ତି। ରାଧିକା ଆହୁରି ଲେଖିଛନ୍ତି, “ପ୍ରତ୍ୟେକ ଫିଲ୍ମର ରିଲିଜ୍‌ ପରେ କେହି ଜଣେ ମୋ ଘରର ଘଣ୍ଟି ବଜାଇ କହୁଛନ୍ତି ଯେ, ଅମିତାଭ୍‌ ବଚ୍ଚନ ସାର୍‌ ଅପାଣଙ୍କ ପାଇଁ ଫୁଲତୋଡ଼ା ଏବଂ ଏକ ନୋଟ୍‌ ପଠାଇଛନ୍ତି । ଏହା ପରେ ମୁଁ ବେହୋସ୍‌ ହୋଇଯାଉଥିବା ମୁଁ ସ୍ୱପ୍ନ ଦେଖିଥାଏ । କିନ୍ତୁ ଏହା ସ୍ୱପ୍ନରେ ନୁହେଁ ବରଂ ବାସ୍ତବ ଅଟେ । ମୋ ସ୍ୱପ୍ନକୁ ପୂରଣ କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି ।”

ସୂଚନାଯୋଗ୍ୟ ଯେ, ‘ଅଂଗ୍ରେଜି ମିଡିୟମ୍‌’ରେ ମଦାନ୍‌ଙ୍କ ବ୍ୟତୀତ ଇର୍‌ଫାନ୍‌ ଖାନ୍‌, କରୀନା କପୁର, ଡିମ୍ପଲ୍‌ କାପାଡ଼ିଆ, ଦୀପକ ଡୋବ୍ରିଆଲ, କିକୁ ଶାରଦା, ପଙ୍କଜ ତ୍ରିପାଠୀ ଏବଂ ରଣବୀର ସୌରୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି । ଫିଲ୍ମଟିର ନିର୍ଦେଶନା ଦେଇଛନ୍ତି ହୋମୀ ଅଦ୍‌ଜାନିଆ।

ସମ୍ବନ୍ଧିତ ଖବର