ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ସହ ସଂପର୍କକୁ ନେଇ ଚର୍ଚ୍ଚାରେ ଥିଲେ ଅମିତାଭ ବଚ୍ଚନ

ମୁମ୍ବାଇ: ଆଜି ହେଉଛି ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିବସ। ଆଉ ଗତକାଲି ଥିଲା ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କ ଜନ୍ମଦିନ। ଏଦୁଇ କଳାକାର ବେଶ୍ କେତୋଟି ସିନେମାରେ ଏକାଠି ନଜର ଆସିଥିଲେ। ଅମିତାଭ ଓ ରେଖାଙ୍କ ସଂପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ।

image source-abp news

ବିଗ୍‌ ବି ଅମିତାଭ ବଚ୍ଚନ, ରେଖା ଓ ଜୟା ଭାଦୁଡ଼ିଙ୍କ ବାସ୍ତବ ଜୀବନର ପ୍ରେମ ତ୍ରିକୋଣକୁ ନେଇ ଆଜି ବି ଚର୍ଚ୍ଚା ହୁଏ। ଅମିତାଭ ଓ ରେଖା ପ୍ରଥମେ ‘ଦୋ ଅନ୍‌ଜାନେ’ର ସୁଟିଂ ସେଟ୍‌ରେ ପରସ୍ପର ସହିତ ପରିଚିତ ହୋଇଥିଲେ। ସେ ଦୁହେଁ ପରେ ବେଶ୍‌ କେତୋଟି ହିନ୍ଦୀ ସିନେମାରେ ଏକାଠି କାମ କରିଥିଲେ । ତେବେ ଉଭୟଙ୍କୁ ଏକାଠି ଶେଷ ଥର ପାଇଁ ୟଶ୍‌ ଚୋପ୍ରାଙ୍କ ବହୁଚର୍ଚ୍ଚିତ ସିନେମା ‘ସିଲ୍‌ସିଲା ’ରେ ଦେଖିବାକୁ ମିଳିଥିଲା । କୁହାଯାଏ ଯେ ଜୟାଙ୍କୁ ବିବାହ କରିବା ପରେ ବି ଅମିତାଭ ରେଖାଙ୍କ ସହ ସଂପର୍କ ରଖିଥିଲେ ।

ଖାଲି ସେତିକି ନୁହେଁ, ସେ ଦୁହେଁ ଗୋପନ ବିବାହ ମଧ୍ୟ କରିଥିଲେ ବୋଲି ଶୁଣିବାକୁ ମିଳିଥିଲା । ରେଖା ସେଥିପାଇଁ ସବୁବେଳେ ସିନ୍ଦୂର ପିନ୍ଧିଥାଆନ୍ତି। ଋଷି କପୁର ଓ ନୀତୁ ସିଂହଙ୍କ ମ୍ୟାରେଜ୍‌ ରିସେପ୍‌ସନ୍‌ ପାର୍ଟିରେ ବି ରେଖାଙ୍କ ଗଳାରେ ମଙ୍ଗଳସୂତ୍ର ଓ ସିନ୍ଥିରେ ସିନ୍ଦୂର ଦେଖିବାକୁ ମିଳିଥିଲା । ତେବେ ଅମିତାଭଙ୍କ ସହ ସଂପର୍କର କିଛି ଭବିଷ୍ୟତ ନାହିଁ ବୋଲି ଜାଣି ରେଖା ତାଙ୍କଠାରୁ ଦୂରେଇ ଯାଇଥିଲେ ବୋଲି କୁହାଯାଏ ।

ସମ୍ବନ୍ଧିତ ଖବର