‘କରୋନାକୁ ଦେଖାନ୍ତୁ ଠେଙ୍ଗା’ କରୋନା ସତର୍କତା ବାବଦରେ କିଛି ଏମିତି କହିଲେ ଅମିତାଭ

ମୁମ୍ବାଇ: କରୋନା କୁ ନେଇ ଏବେ ସାରା ବିଶ୍ୱକୁ ଭୟ ଘାରିଥିବାବେଳେ ଭାରତରେ ୭୪ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି | ଭାରତରେ କରୋନା ଯୋଗୁଁ ଜଣକର ମୃତ୍ୟୁ ହୋଇଥିବାବେଳେ ବିଗ ବି ଅମିତାଭ ବଚ୍ଚନ କରୋନାକୁ ନେଇ ଏକ ସୁନ୍ଦର କବିତା ଆବୃତ୍ତି କରିଛନ୍ତି | ଏହି କବିତାକୁ ସେ ଟ୍ୱିଟରରେ ସେୟାର କରିଛନ୍ତି ।


ଅମିତାଭ ଏହି କବିତାରେ କରୋନାକୁ ଦୃଢତାର ସହ ସାମ୍ନା କରିବାକୁ ଆହ୍ବାନ ଜଣାଇଛନ୍ତି | ଲୋକଙ୍କୁ ସାବଧାନ ରହିବାକୁ ଅମିତାଭ ପରାମର୍ଶ ଦେଇଥିବାବେଳେ କହିଛନ୍ତି ଯେ ”କରୋନାକୁ ନେଇ ବହୁତ ଲୋକ ବିଭିନ୍ନ ପ୍ରକାରର ଚିକିତ୍ସା ପଦ୍ଧତି ବାବଦରେ କହୁଛନ୍ତି | କିଛି ଲୋକ କଳାଜିରାକୁ ଗୁଣ୍ଡ କରି ଖାଇବାକୁ କହୁଥିବାବେଳେ କିଛି ଅଁଳା ରସ ପିଇବାକୁ କହୁଛନ୍ତି |

ଘରେ ବସି ରହିବାକୁ କିଛି କହୁଥିବାବେଳେ ଆଉ କିଛି ଲୋକ ବିନା ସାବୁନରେ ହାତ ନ ଧୋଇବାକୁ ପରାମର୍ଶ ଦେଉଛନ୍ତି | ମୁଁ ଭାବିଲି ହଉ ଠିକ ଅଛି ଲୋକ ଯେମିତି କହୁଛନ୍ତି ସେମିତି ହିଁ କରିବି | କରୋନା ଆସୁ ପଛେ ଆମେ ଠେଙ୍ଗା ଦେଖାଇ ଏହାକୁ ମୁକାବିଲା କରିବା” |

ସମ୍ବନ୍ଧିତ ଖବର