ଅମିତାଭଙ୍କ ମାତ୍ର ଗୋଟିଏ ଟ୍ୱିଟ ପରେ ରାତାରାତି ଷ୍ଟାର ପାଲଟିଗଲେ ଏହି ଗାୟିକା

ମୁମ୍ବାଇ: ଅମିତାଭଙ୍କ ଗୋଟିଏ ଟ୍ୱିଟ ଯୋଗୁଁ ରାତାରାତି ଷ୍ଟାର ପାଲଟିଗଲେ ଅଜଣା ଗାୟିକା | ସୂଚନା ଅନୁସାରେ କିଛି ଦିନ ତଳେ ଅମିତାଭ ବଚ୍ଚନ ଆର୍ଯ୍ୟା ନାମକ ଝିଅଙ୍କର ଗାଉଥିବା ସମୟର ଚମତ୍କାର ଭିଡିଓ ସେୟାର କରିଥିଲେ । ବର୍ତ୍ତମାନ ଆର୍ଯ୍ୟ ଅଭିନେତାଙ୍କୁ କୃତଜ୍ଞତା ଜଣାଇ ଏକ ପୋଷ୍ଟ ମଧ୍ୟ କରିଛନ୍ତି।

ସେ ଲେଖିଛନ୍ତି- ‘ଏହା ଆପଣଙ୍କ ପାଇଁ ମୋର ପ୍ରେମର ଟୋକନ୍ … ଅମିତାଭ ବଚ୍ଚନ ସାର୍ ମୋର ଗୀତ ସେୟାର କରିଛନ୍ତି | ବହୁତ ଭଲ ଲାଗୁଛି| ମୁଁ ସ୍ୱପ୍ନରେ କେବେ ବି ଭାବି ନଥିଲେ ଯେ ସେ ମୋ ଗୀତ ଶୁଣିବେ | ଏଠାରେ ଉଲ୍ଲେଖ ଥାଉ କି ଅମିତାଭ କଣ୍ଠଶିଳ୍ପୀ ଆର୍ଯ୍ୟା ଧୟଲଙ୍କର ଏକ ଭିଡିଓ ସେୟାର କରିଥିଲେ | ଏଥିରେ ଆର୍ଯ୍ୟା କର୍ଣ୍ଣାଟକୀ ଶାସ୍ତ୍ରୀୟ ସଂଗୀତ ସହ ପାଶ୍ଚାତ୍ୟ ପପ ମ୍ୟୁଜିକକୁ ମିଶାଇ କରି ଭିଡିଓଟି ବନାଇଥିଲେ । ଅମିତାଭ ବଚ୍ଚନ ଏହି କଳାକାରଙ୍କୁ ଚିହ୍ନନ୍ତି ନାହିଁ, ହେଲେ ତାଙ୍କ ସଂଗୀତରେ ମନ୍ତ୍ରମୁଗ୍ଧ ହୋଇ ପଡିଥିଲେ ।


ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅମିତାଭ ବଚ୍ଚନଙ୍କ ଦିନକୁ ସୁଖମୟ କରି ଦେଇଥିବାରୁ ଏହି ଫ୍ୟାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ବିଗ୍‌ ବି ଅମିତାଭ। ଆଉ ଅମିତାଭଙ୍କ ଏହି ଟ୍ୱିଟ ପରେ ବହୁ ଲୋକ ଆର୍ଯ୍ୟାଙ୍କୁ ଶୁଭକାମନା ଜଣାଇବା ସହ ପ୍ରଶଂସା କରିଥିଲେ |

ସମ୍ବନ୍ଧିତ ଖବର