ବଲିଉଡ୍ର ମହାନାୟକ ଅମିତାଭ୍ ବଚ୍ଚନ ୩୯ ବର୍ଷ ତଳେ ଏକ ବଡ଼ ଅଘଟଣରୁ ବର୍ତ୍ତିଥିଲେ। ଯେଉଁଥିପାଇଁ ତାଙ୍କୁ ବର୍ତ୍ତମାନ ଅସ୍ତ୍ରୋପଚାର କରିବାକୁ ପଡ଼ୁଛି। ସୂଚନା ମୁତାବକ, ଅମିତାଭ ତାଙ୍କ ହିଟ୍ ଚଳଚ୍ଚିତ୍ର କୁଲିରେ ଏକ ଫାଇଟିଂ ସିନ୍ରେ ପୁନିତ୍ ଇସ୍ସରଙ୍କ ସହ ଫାଇଟ୍ କରୁଥିବା ବେଳେ ତାଙ୍କ ପେଟରେ ଆଘାତ ଲାଗିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ତାଙ୍କ ପାଇଁ ବେଶୀ କ୍ଷତିକାରକ ସାବ୍ୟସ୍ତ ହୋଇନଥିଲେ ହେଁ ପରବର୍ତ୍ତୀ ସମୟରେ ତାଙ୍କୁ ଏଥିପାଇଁ ବଡ଼ ମୂଲ୍ୟ ଦେବାକୁ ପଡ଼ିଥିଲା। ପେଟରେ ଯନ୍ତ୍ରଣା ବଢ଼ିବା ସହିତ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ବିଗ୍ ବି ଏନେଇ ମେଡିକାଲ୍ ଯାଇଥିଲେ। ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ତାଙ୍କ ପେଟରେ ଗଭୀର ଆଘାତ ଲାଗିଛି। ଯେଉଁଥିପାଇଁ ତାଙ୍କର ସର୍ଜରି କରିବାକୁ ପଡ଼ିଥିଲା। ହେଲେ ସେ ପୂର୍ବରୁ ଅନେକ ରୋଗର ଶିକାର ହୋଇଥିବାରୁ ଏଥିପାଇଁ ତାଙ୍କୁ ଦୁଇମାସ କାଳ ଡାକ୍ତରଖାନାରେ ରହିବାକୁ ପଡ଼ିଥିଲା। ଏୟାର ଆମ୍ବୁଲାନ୍ସରେ ତାଙ୍କ ମୁମ୍ବାଇ ଅଣାଯାଇ ସେଠାରେ ଚିକିତ୍ସା ମଧ୍ୟ କରାଯାଇଥିଲା। ତେବେ ଏବେ ମଧ୍ୟ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ତାଙ୍କ ପ୍ରଶଂସକମାନେ ତାଙ୍କ ଭଲ ହେବାକୁ ନେଇ ଆଶାବାଦୀ ଅଛନ୍ତି।
୩୯ ବର୍ଷ ତଳେ ଏକ ବଡ଼ ଅଘଟଣରୁ ବର୍ତ୍ତିଥିଲେ ଅମିତାଭ୍
/sambad/media/post_attachments/wp-content/uploads/2021/03/parada-amitabh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)