ନିଜ ଫଟୋ ଓ ଫ୍ୟାସନ୍‌କୁ ଟ୍ରୋଲ୍‌ କଲେ ଅମିତାଭ

ସାମାଜିକ ଗଣମାଧ୍ୟମରେ ବେଶ୍‌ ସକ୍ରିୟ ରହୁଥିବା ବିଗ୍‌ ବି ଅମିତାଭ ବଚ୍ଚନ ଏବେ ନିଜକୁ ହିଁ ନିଜେ ସମାଲୋଚନା କରୁଥିବା ନଜର ଆସିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଆଜି ବିଗ୍‌ ବି ନିଜର ଏକ ପୁରୁଣା କଳାଧଳା ଫଟୋ ସେୟାର କରିଛନ୍ତି। ଏଥିରେ ସେ ପିନ୍ଧିଥିବା ପୋଷାକ ଫ୍ୟାସନ୍‌ ସହ ନିଜର ସମାଲୋଚନା କରି କ୍ୟାପ୍‌ସନ୍‌ ଦେଇଛନ୍ତି, ଯେ‌‌ତେବେଳେ ଫର୍‌ଫର୍‌ ଉଡ଼ୁଥିବା ପ୍ୟାଣ୍ଟ୍‌ ଯଥେଷ୍ଟ ନଥିଲା ସେତେବେଳେ ଫର୍‌ଫର୍‌ ଉଡ଼ୁଥିବା ସାର୍ଟ ବି। ଏହା ଲେଖିବା ‌ସହ ସେ ଜୋର୍‌ରେ ହସୁଥିବା ଇମୋଜି ମଧ୍ୟ ସେୟାର କରିଛନ୍ତି। ପ୍ରକାଶଥାଉ କି, ଏହି କଳାଧଳା ଫଟୋରେ ବିଗ୍‌ ବି ବେଲ୍‌ ବଟମ୍‌ ପ୍ୟାଣ୍ଟ୍‌ ସହ ବେଲ୍‌ବଟମ୍‌ ସାର୍ଟ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଛି। ସର୍ଟର ହାତ ବହୁତ ଚଉଡ଼ା ରହିଥିବାରୁ ବିଗ୍‌ ବି ଏମିତି ନିଜକୁ ନିଜେ ‌ଟ୍ରୋଲ କରିଛନ୍ତି। ବିଗ୍‌ ବି ଏହି ପୋଷ୍ଟ ସେୟାର କରିବାର କିଛି ସମୟ ମଧ୍ୟରେ ୯ ଲକ୍ଷରୁ ଊର୍ଧ୍ବ‌ ଲୋକ ଏହାକୁ ‌ଲାଇକ୍‌ ଓ ସେୟାର କରିଛନ୍ତି।

ସମ୍ବନ୍ଧିତ ଖବର