ଅମିତାଭ ବି ଅପଦସ୍ଥ ହେଇଥିଲେ

ହିନ୍ଦୀ ଚଳଚ୍ଚିତ୍ର ‘ଶକ୍ତି’ରେ ଦିଲୀପ କୁମାରଙ୍କ ସହ ଅମିତାଭ ବଚ୍ଚନ ଅଭିନୟ କରୁଥିଲେ। କ୍ୟାମେରା ସାମନାରେ ସଟ୍ ଦେବା ବେଳେ ହଠାତ୍ ଦିଲୀପ କୁମାର ଚିତ୍କାର କରିଉଠିଥିଲେ। ସେ କହିଥିଲେ, ଅମିତାଭଙ୍କୁ ଭଳକରି ରିହାର୍ସାଲ୍ କରି ସେଟ୍‌କୁ ଆଣ। ଯେତେବେଳେ ଅମିତାଭ ରିହାର୍ସାଲ୍ କଲେ, ପ୍ରଚ୍ଛଦପଟରୁ କିଛି ବିଶୃଙ୍ଖଳିତ ଶବ୍ଦ ଶୁଣିବାକୁ ମିଳିଲା। ଅମିତାଭ ଏଥିପାଇଁ ଦିଲୀପ କୁମାରଙ୍କୁ ଆରୋପ କଲେ। କାରଣ ସୁଟିଂସେଟ୍‌ରେ ଦିଲୀପ ବଡ଼ଜୋର ପାଟି କରୁଥିଲେ। ଅମିତାଭ କହିଥିଲେ ଜଣେ ବର୍ଷୀୟାନ ଅଭିନେତା ଏମିତି ଉଚ୍ଚ‌ସ୍ବରରେ ପାଟିତୁଣ୍ଡ କରିବା ସମିଚୀନ କି?

ଦିଲୀପ କହିଥିଲେ ‘ସେହେନଶା’ ଚଳଚ୍ଚିତ୍ରରେ ସଫଳତା ପାଇଥିବାରୁ ଅମିତାଭଙ୍କ ମନରେ ଗର୍ବ ଆସିଥିଲା। ସେଥିପାଇଁ ସେ ‘ଶକ୍ତି’ ଚଳଚ୍ଚିତ୍ରରେ ବେପରୁଆ ଭାବେ ଅଭିନୟ କରିଥିଲେ। ଅଭିନୟରେ କୌଣସି କଳାକାର ଅହମିକା ଦେଖାଇବା ଉଚିତ ନୁହେଁ ବୋଲି କହିଥିଲେ ଦିଲୀପ। ସେଦିନ ଅମିତାଭ ସୁଟିଂସେଟ୍‌ରେ ଏକରକମ ଅପଦସ୍ଥ ହେଇଥିଲେ। ପ୍ରକୃତରେ ଘଟଣା କ’ଣ ଥିଲା, ତାହା ୟୁନିଟ୍ ମେମ୍ବର ହିଁ ଜାଣିଥିବେ, ହେଲେ ଦିଲୀପ ଓ ଅମିତାଭ ସୁଟିଂସେଟ୍‌ରେ ଯେଭଳି ଛାଇଆଲୁଅର ଖେଳ ଖେଳିଥିଲେ, ତାହା ସେତେବେଳେ ନିର୍ଦ୍ଦେଶକ ରମେଶ ସିପ୍ପିଙ୍କୁ ମଧ୍ୟ ଚକିତ କରିଥିଲା।

ସମ୍ବନ୍ଧିତ ଖବର