ପୁଣି ଅମିତାଭ ବଚ୍ଚନ ଅସୁସ୍ଥ !

ମୁମ୍ବାଇ: ପୁଣି ଥରେ ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନ ଅସୁସ୍ଥ ହୋଇପଡିଛନ୍ତି । ସେ ଅସୁସ୍ଥ ଅନୁଭବ କରୁଥିବା ନିଜ ବ୍ଲଗରେ ଲେଖିଛନ୍ତି । ଆଜି ପ୍ରାୟ ସକାଳ ୫ଟାରେ ସେ ବ୍ଲଗରେ ଏ କଥା ଲେଖିଥିଲେ ଓ ଡାକ୍ତରୀ ଟିମ ଯୋଧପୁର ଆସୁଥିବା କହିଥିଲେ । ଫିଲ୍ମର ଏକ ଯୁଦ୍ଧ ଦୃଶ୍ୟରେ ଓଜନିଆ କଷ୍ଟ୍ୟୁମ ପିନ୍ଧିଥିବାରୁ ସେ କ୍ଲାନ୍ତ ଅନୁଭବ କରୁଥିବା ଲେଖିଥିଲେ ବିଗ ବି । ଏହି ଖବର ପରେ ଏକ ସ୍ୱତନ୍ତ୍ର ବିମାନରେ ତାଙ୍କୁ ମୁମ୍ବାଇ ଅଣାଯାଉଛି ।

photo-.blogspot.com

ଫିଲ୍ମ ଠଗସ ଅଫ ହିନ୍ଦୋସ୍ଥାନର ସୁଟିଂ ପାଇଁ କିଛି ଦିନ ହେଲା ଅମିତାଭ ରାଜସ୍ଥାନର ଯୋଧପୁରରେ ଅଛନ୍ତି । କିଛି ଦିନ ତଳେ ସେ ସୁଟିଂ ପାଇଁ ଯୋଧପୁର ଯାଇଥିଲେ ଓ ସେହି ସମୟରୁ ହିଁ ସେ ସାମାନ୍ୟ ଅସୁସ୍ଥ ଥିବା କୁହାଯାଉଥିଲା । ଫଳରେ ସୁଟିଂ ଛଡା ଅନ୍ୟ ସମୟରେ ସେ ପ୍ରାୟ ବିଶ୍ରାମ ନେଉଥିଲେ । ପ୍ରଥମ ଦିନରୁ ହିଁ ସେ ତାଙ୍କ କୁକକୁ ନେଇ ଯୋଧପୁର ଆସିଥିଲେ । ଗତ ସପ୍ତାହରେ ମୁମ୍ବାଇର କୋକିଳାବେନ ହସପିଟାଲରେ ଅମିତାଭ ବଚ୍ଚନକୁ ଭର୍ତ୍ତି କରାଯାଇଥିଲା ।

ସମ୍ବନ୍ଧିତ ଖବର