ଏହି ରୋଗ ଯୋଗୁଁ ଖରାପ ହୋଇଯାଇଛି ଅମିତାଭଙ୍କ ୭୫ ପ୍ରତିଶତ ଯକୃତ

ମୁମ୍ବାଇ: ଆଜି ବଲିଉଡ୍‌ ଶେହେନ୍‌ଶାହା ଅମିତାଭ ବଚ୍ଚନଙ୍କ ଜନ୍ମଦିନ | ଦେଶ ବିଦେଶରେ ଅନେକ ପ୍ରଶଂସକ ତାଙ୍କୁ ଶୁଭକାମନା ଜଣାଇଥିବାବେଳେ ଆଜି ଆମେ ଆପଣଙ୍କୁ ଅମିତାଭଙ୍କ ସ୍ୱାସ୍ଥ୍ୟ ବାବଦରେ କିଛି ସୂଚନା ଦେବୁ | ବିଗ ବି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି । ଏକା ସାଙ୍ଗରେ ସେ ଟିବି ଓ ହେପାଟାଇଟିସ୍‌ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି । ଏହା ସହ ତାଙ୍କର  ଯକୃତ ମଧ୍ୟ ୭୫ ପ୍ରତିଶତ ଖରାପ ହୋଇ ସାରିଥିବା କହିଛନ୍ତି ଅମିତାଭ ବଚ୍ଚନ । ସ୍ୱାସ୍ଥ୍ୟ ସହ ଜଡ଼ିତ ଏକ ଟିଭି କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବରୁ ଅମିତାଭ ବଚ୍ଚନ ଏହି ଖୁଲାସା କରିଥିଲେ ।

brandsynario.com

ଅମିତାଭ କହିଥିଲେ ଯେ ସେ ଟିବି ଓ ହେପାଟାଇଟିସ୍‌ ଭଳି ରୋଗରେ ପୀଡ଼ିତ ଅଛନ୍ତି । ଏମିତି କି ତାଙ୍କ ଯକୃତର ୭୫ ଭାଗ କାମ କରିବା ବନ୍ଦ କରି ସାରିଲାଣି । ସେ ମାତ୍ର ୨୫ପ୍ରତିଶତ ଯକୃତ ସାହାଯ୍ୟରେ ବଞ୍ଚୁଛନ୍ତି ବୋଲି କହିଥଲେ । ଅମିତାଭ କହିଥିଲେ ଯେ ପ୍ରତି ମଣିଷକୁ ସବୁବେଳେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦରକାର । ଠିକ୍‌ ସମୟରେ ରୋଗ ବିଷୟରେ ଜାଣିଗଲେ, ତାହାର ଚିକିତ୍ସା କରିବା ସହଜ ହୋଇଥାଏ । ମୋତେ ୮ବର୍ଷ ହେଲା ଟିବି ଥିବା ନେଇ ମୁଁ ଜାଣି ନ ଥିଲି । ଯାହା ମୋ ସହ ହୋଇଥିଲା, ସେଭଳି କାହା ସହ ବି ହୋଇପାରେ । ସେଥିପାଇଁ ସମୟ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ଆବଶ୍ୟକ ବୋଲି କହିଥିଲେ ବିଗ୍‌ ବି ।

ଏହାଛଡା ୧୯୮୨ ମସିହା ଜୁଲାଇ ୨୬ ତାରିଖରେ ବାଙ୍ଗାଲୋର ୟୁନିଭର୍ସିଟି କ୍ୟାମ୍ପସରେ ‘କୁଲି’ ଫିଲ୍ମର ସୁଟିଂ ବେଳେ ମଧ୍ୟ ତାଙ୍କୁ ଆଘାତ ଲାଗିଥିଲା |ଗୋଟିଏ ଦୃଶ୍ୟରେ ତାଙ୍କର ସହକଳାକାର ପୁନିତ୍‌ ଇସାରଙ୍କ ସହ ଏକ ଫାଇଟ୍‌ ଦୃଶ୍ୟରେ ତାଙ୍କ ତଳି ପେଟରେ ଟେବୁଲ୍‌ର ଗୋଟିଏ କୋଣ ପଶିଯାଇଥିଲା ଓ ସେ ଗୁରୁତର ହୋଇ ପଡ଼ିଥିଲେ। ଘଟଣାସ୍ଥଳରେ ଏତେ ମାତ୍ରାରେ ରକ୍ତସ୍ରାବ ହୋଇଥିଲା ଯେ ତାଙ୍କ ଜୀବନ ସଙ୍କଟାପନ୍ନ ‌ହୋଇ ପଡ଼ିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା | ଦୀର୍ଘ ଛଅ ମାସ କାଳ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ ।

ସମ୍ବନ୍ଧିତ ଖବର