ଅମିତାଭ ନୁହଁ, ଧର୍ମେନ୍ଦ୍ର ବୋଲାଉ ଥାଆନ୍ତେ ‘ଜଞ୍ଜିର୍‌’ର ସୁପର୍‌ହିରୋ: ଏହି କାରଣରୁ ଛାଡ଼ିଥିଲେ ଫିଲ୍ମ, ୪୫ ବର୍ଷ ପରେ ଖୁଲାସା କଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅମିତାଭ ବଚ୍ଚନଙ୍କୁ ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନର ପରିଚୟ ପ୍ରଦାନକାରୀ ଚଳଚ୍ଚିତ୍ରଟି ହେଉଛି ‘ଜଞ୍ଜିର୍‌’। ଏକଥା ତାଙ୍କ ପ୍ରଶଂସକମାନେ ଭଲ ଭାବେ ଜାଣନ୍ତି ଯେ ଇଏ ହେଉଛି ସେହି ଚଳଚ୍ଚିତ୍ର ଯାହା ଜରିଆରେ ବଲିଉଡ୍‌ରେ ନିଜ ଚେର ମଜବୁଜ୍‌ କରିବାରେ ସଫଳ ହୋଇଥିଲେ ବିଗ୍‌ ବି। ମାତ୍ର ଏହି ଚଳଚ୍ଚିତ୍ର ରିଲିଜ୍‌ ହେବାର ୪୫ ବର୍ଷ ପରେ ହୋଇଛି ଏକ ବଡ଼ ଖୁଲାସା। ଚଳଚ୍ଚିତ୍ରଟି ପ୍ରଥମେ ଅମିତାଭଙ୍କୁ ନୁହେଁ, ଧର୍ମେନ୍ଦ୍ରଙ୍କୁ ମିଳିଥିଲା। ମାତ୍ର ଧର୍ମେନ୍ଦ୍ର ପ୍ରତ୍ୟାଖ୍ୟାନ କରିବାରୁ ବିଗ୍‌ ବି ଚଳଚ୍ଚିତ୍ରଟିକୁ ପରଦାରେ ଫୁଟାଇବାର ସୁଯୋଗ ପାଇଥିଲେ, ଯାହାକି ତାଙ୍କ ପାଇଁ ଶୁଭ ପ୍ରମାଣିତ ହୋଇଥିଲା।

ସତୁରି ଦଶକର ରୋମାଣ୍ଟିକ୍‌ ଅଭିନେତା ଧର୍ମେନ୍ଦ୍ର କାହିଁକି ଏହି ଚଳଚ୍ଚିତ୍ର ଛାଡ଼ିଥିଲେ ସେ ସଂପର୍କରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ୟମଲା ପଗ୍‌ଲା ଦିଓ୍ଵାନା ଫିର୍‌’ର ପ୍ରମୋସନ ଉତ୍ସବରେ କହିଛନ୍ତି। ଏହି ଚଳଚ୍ଚିତ୍ରରେ ଧର୍ମେନ୍ଦ୍ରଙ୍କ ଦୁଇ ପୁତ୍ର ସନ୍ନି ଦେଓଲ ଓ ବବି ଦେଓଲ୍‌ ବି ଦେଖିବାକୁ ମିଳିବେ।

ଧର୍ମେନ୍ଦ୍ର ଏକଥା କହି ସମସ୍ତଙ୍କୁ ଚକିତ କରାଇ ଦେଇଛନ୍ତି ଯେ ଚଳଚ୍ଚତ୍ରର ରାଇଟ୍‌ସ ପ୍ରଥମେ ତାଙ୍କ ପାଖରେ ଥିଲା, ସେ ସଲିମ୍‌ ଖାନଙ୍କଠାରୁ ୧୭,୫୦୦ ଟଙ୍କାରେ କିଣି ନେଇଥିଲେ। ଫିଲ୍ମ ତାଙ୍କ ପାଖରେ ଦୀର୍ଘ ଦିନ ପଡ଼ି ରହିଲା। ତା’ପୂର୍ବରୁ ସେ ପ୍ରକାଶ ମେହରାଙ୍କ ସହ ‘ସମାଧୀ’ ଚଳଚ୍ଚିତ୍ର କଲେ। ସେ ଧର୍ମେନ୍ଦ୍ରଙ୍କୁ କାହାଣୀ ମାଗିଲେ ଓ ଧର୍ମେନ୍ଦ୍ର ଦେଇଦେଲେ। ଧର୍ମେନ୍ଦ୍ର କୁହନ୍ତି ତାଙ୍କର ଜଣେ ସଂପର୍କୀୟା ଭଉଣୀ ପ୍ରକାଶ ମେହରାଙ୍କୁ ଏକ ଫିଲ୍ମ ବନାଇବାକୁ କହିଲେ। ମାତ୍ର ସେ ମନା କରିଦେଲେ। ଏହି କାରଣରୁ ପ୍ରକାଶ ମେହର ସହ କାମ ନକରିବାକୁ ତାଙ୍କ ଭଉଣୀ ତାଙ୍କୁ ରାଣ ଦେଇଥିଲେ। ଯାହା ଫଳରେ ତାଙ୍କୁ ଫିଲ୍ମ ଛାଡ଼ିବାକୁ ପଡ଼ିଥିଲା। ଚଳଚ୍ଚିତ୍ରଟି ହାତଛଡ଼ା କରି ସେ ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର