ବର୍ଷ ସରିଲା ହେଲେ ଏହି ନାମୀ ନାୟକଙ୍କ ଦେଖା ମିଳିଲାନି

ଭୁବନେଶ୍ୱର: ୨୦୧୮ରେ କେତେକ ନାମୀ ଓଲିଉଡ୍‌ ନାୟକଙ୍କର କୌଣସି ଓଡ଼ିଆ ସିନେମା ରିଲିଜ୍‌ ହେଲା ନାହିଁ। ତାଙ୍କ ହାତରେ ଗୋଟିଏ ନୂଆ ସିନେମା ଥିବା ଜଣାଯାଇଛି । ହେଲେ ଅମ୍ଳାନ ଏ ବର୍ଷ ବଡ଼ପରଦାରେ ନଜର ଆସିଲେ ନାହିଁ। ସେ୨୦୦୩ରେ ‘ ଟାର୍ଗେଟ’ ସିନେମାରୁ ଓଲିଉଡରେ ହିରୋଭାବେ କ୍ୟାରିଅର ଆରମ୍ଭ କରିବା ପରେ ନିୟମିତ ଭାବେ ସିନେମାରେ କାମ କରି ଆସୁଛନ୍ତି । ତାଙ୍କର ବର୍ଷକୁ ୨ ରୁ ୩ଟି ଲେଖାଏଁ ସିନେମା ରିଲିଜ୍‌ ହୋଇଛି । ଗତ ବର୍ଷ ଅମ୍ଳାନଙ୍କୁ ‘ସପନର ପଥେ ପଥେ’ ଓ ‘ବଜରଙ୍ଗୀ’ ଭଳି ସିନେମାରେ ନାୟକ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ ।
ଇତିମଧ୍ୟରେ ୨୦୧୮ର ସରିବାକୁ ବସିଲାଣି କିନ୍ତୁ ଅମ୍ଳାନଙ୍କୁ କୌଣସି ଗୋଟିଏ ବି ଓଡ଼ିଆ ଛବିରେ ଦେଖିବାକୁ ମିଳି ନାହିଁ । ଏ ଦୃଷ୍ଟିରୁ ସିନେପ୍ରେମୀ ପରଦାରେ ତାଙ୍କର ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି ।


ଅମ୍ଳାନ ଜଣେ ଭଲ ଅଭିନେତା ଓ ସେ ବେଶ୍‌ କେତୋଟି ହିଟ୍‌ ସିନେମା ମଧ୍ୟ ଦେଇଛନ୍ତି । ଖାସ୍‌ କରି ଅମ୍ଳାନଙ୍କ ଅଭିନୀତ ଗୋଲାପି ଗୋଲାପି, କଲେଜ୍‌ ଟାଇମ୍‌ ଓ ନୂଆ ନୂଆ ପ୍ରେମରେ ଆଦି ଭଲ ଚାଲିଥିଲା।

ସମ୍ବନ୍ଧିତ ଖବର