‘ପ୍ରେମରେ ଏମ୍‌ ବି ବି ଏସ୍‌’ କରିଲେଣି ଅମ୍ଳାନ !

ଭୁବନେଶ୍ୱର: କେତେଜଣ ଓଲିଉଡ୍‌ ନାୟକଙ୍କୁ ବେଶ୍‌ କିଛି ମାସ ହେବ ପରଦାରେ ଦେଖିବାକୁ ମିଳୁ ନାହିଁ। ହାତରେ କୌଣସି ନୂଆ ସିନେମା ନ ଥିବା ଜଣାଯାଇଛି । ଏହି ଟପ୍‌ ହିରୋଙ୍କ ଭିତରେ ଜଣେ ହେଲେ ଅମ୍ଳାନ । ହେଲେ ଅମ୍ଳାନ ଏବେ ଫେରୁଥିବା ଜଣାଯାଇଛି । ସେ ତ ଜଣେ ବ୍ୟସ୍ତ ନାୟକ ଥିଲେ । ସେ ୨୦୦୩ରେ ‘ ଟାର୍ଗେଟ’ ସିନେମାରୁ ଓଲିଉଡରେ ହିରୋଭାବେ ଡେବ୍ୟୁ କରିବା ପରେ ନିୟମିତ ଭାବେ ସିନେମାରେ କାମ କରି ଆସୁଛନ୍ତି । ତାଙ୍କର ବର୍ଷକୁ ୨ ରୁ ୩ ଟି ଲେଖାଏଁ ସିନେମା ରିଲିଜ୍‌ ହୋଇଛି । ଗତ ବର୍ଷ ଅମ୍ଳାନଙ୍କୁ ‘ ସପନର ପଥେ ପଥେ’ ଓ ‘ବଜରଙ୍ଗୀ’ ଭଳି ସିନେମାରେ ନାୟକ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ ।
ଇତିମଧ୍ୟରେ ୨୦୧୮ର ପ୍ରଥମ ଦଶ ମାସ ବିତିବାକୁ ବସଲାଣି, କିନ୍ତୁ ଅମ୍ଳାନଙ୍କୁ ଏଯାବତ୍‌ କୌଣସି ଗୋଟିଏ ବି ଓଡ଼ିଆ ଛବିରେ ଦେଖିବାକୁ ମିଳି ନାହିଁ । ଏ ଦୃଷ୍ଟିରୁ ସିନେପ୍ରେମୀ ପରଦାରେ ତାଙ୍କର ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି ।

ସେ ଯାହା ହେଉନା କାହିଁକି ଏବେ ଅମ୍ଳାନ ଏକ ସିନେମାରେ ଫେରୁଛନ୍ତି। ସେ ଯେଉଁ ସିନେମା ଜରିଆରେ ଫେରୁଛନ୍ତି ତାହାର ଟାଇଟଲ ହେଲା ‘ପ୍ରେମରେ ମୁଁ ଏମ୍‌ ବି ବି ଏସ୍‌’। ଏଥିରେ ଦର୍ଶକ ଅମ୍ଳାନଙ୍କୁ ତାଙ୍କର ପ୍ରଥମ ସିନେମାର ପାର୍ଟନର ଝିଲିକଙ୍କ ସହିତ ପୁଣି ଦେଖିବାକୁ ପାଇବେ। ଏହି ସିନେମାରେ ଅମ୍ଳାନ-ଝିଲିକ୍‌ ଙ୍କ ବ୍ୟତୀତ ମିହିର ଦାସ, ରାଇ ମୋହନ,କେ କେଏବଂ ଚିନ୍ତାମଣି ପ୍ରମୁଖଙ୍କୁ ଦେଖିବାକୁ ପାଇବେ। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଏସ୍‌ ଦିଲୀପ ପଣ୍ଡା। ଜ୍ୟୋତିରଂଜନ ବେଉରା ଏହାର ପ୍ରଯୋଜକ ।

ସମ୍ବନ୍ଧିତ ଖବର