ଏହି ନାୟିକାଙ୍କୁ ଅମ୍ଳାନ କହିବେ ‘ତୋ’ ପାଇଁ କିଛି ବି …’

ଭୁବନେଶ୍ବର: ଓଲିଉଡର ଜଣାଶୁଣା ନାୟକ ଅମ୍ଳାନ ବେଶ କେତେଜଣ ନାୟିକାଙ୍କ ସହ ପରଦାରେ ଯୋଡ଼ି ବନାଇଛନ୍ତି। ଏମାନଙ୍କ ଭିତରୁ ଏକ ଲୋକପ୍ରିୟ ଯୋଡ଼ି ହେଲେ ଅମ୍ଳାନ- ରୀୟା। ଏହି ଯୋଡ଼ିଙ୍କୁ ମିଳିଛି ପୁଣି ଏକ ନୂଆ ସିନେମା। ତାହା ହେଲା ‘ତୋ’ ପାଇଁ କିଛି ବି …’। ଏହାର ନିର୍ଦେଶକ ହେଲେ ନିରଞ୍ଜନ ବେହେରା, ଯିଏ କି ଆଗରୁ ‘ଯୋଗୀ’ ଓ ‘ପ୍ରେମ ପାଇଁ ମହାଭାରତ’ ଭଳି ସିନେମା ନିର୍ମାଣ କରିଛନ୍ତି। ଏହାର ସଙ୍ଗୀତକାର ହେଲେ ଗୁଡ଼ଲି ରଥ। ତୋ’ ପାଇଁ କିଛି ବି’ରେ ଦର୍ଶକ ପୁଣି ଥରେ ଅମ୍ଳାନ-ରୀୟାଙ୍କୁ ଭେଟିବେ। ଏଥିରେ ରାଇମୋହନ, ବବି ମିଶ୍ର ଓ ପ୍ରତିଭା ପଣ୍ଡା ପ୍ରମୁଖଙ୍କୁ ବି ଗୁରୁତ୍ତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ଆଗରୁ ଏହି ଯୋଡ଼ିକୁ ‘ତୁ ମୋ ଦେହର ଛାଇ’, ‘ଗୋଲାପି ଗୋଲାପି’, ‘ପାଗଳ କରିଛୁ ତୁ’, ‘କଲେଜ୍ ଟାଇମ୍’ ଓ ‘ତୋର ଦିନେକୁ ମୋର ଦିନେ’ ଆଦି ଓଡ଼ିଆ ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ।


ଏଣେ ଏହି ଯୋଡ଼ି ୨୦୧୪ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଗୋଲାପି ଗୋଲାପି’ର ସିକ୍ୟୁଏଲ୍ ‘ଗୋଲାପି ଗୋଲାପି-୨’ରେ ବି ନଜର ଆସିବେ ବୋଲି କୁହାଯାଉଛି। ସୀତାରାମ ଅଗ୍ରଓ୍ବାଲଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦେଶିତ ‘ଗୋଲାପି ଗୋଲାପି’ରେ ଅମ୍ଳାନ, ରୀୟା ଦେ, ମିହିର ଦାସ ଓ ଅପରାଜିତା ପ୍ରମୁଖଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ହେଲେ ‘ଗୋଲାପି ଗୋଲାପି-୨’ର ନିର୍ଦେଶକ ହେଲେ ମୃତ୍ୟୁଞ୍ଜୟ ସାହୁ(ବାପି), ଯିଏ କି ଆଗରୁ ‘ବ୍ୟାଚେଲର୍’, ‘ଯିଏ ଯାହା କହୁ ମୋର ଢୋ’, ‘ଗୋଟେ ଶୁଆ ଗୋଟେ ଶାରୀ‘, ଛାତି ତଳେ ଡିଂ ଡଙ୍ଗ’, ‘ଭୈରବ’, ‘ଅଭିମାନ’ ଓ ‘ନାୟକର ନାଆଁ ଦେବଦାସ’ ଆଦିର ନିର୍ଦେଶନା ଦେଇଛନ୍ତି। ଏହାପରେ ଅମ୍ଳାନ- ରୀୟା ପୁଣି କେଉଁ ସିନେମା ପାଇଁ ଚୁକ୍ତିବଦ୍ଧ ହେଉଛନ୍ତି ତାହା ଦେଖିବାକୁ ବାକି ଅଛି।

ସମ୍ବନ୍ଧିତ ଖବର