ପୁଣି ଓଡ଼ିଆ ଛବିରେ ଅମ୍ଳାନ-ତୃପ୍ତି ମୀରାମ୍ବିକା ଯୋଡ଼ି। ଦର୍ଶକ ଏହି ଯୋଡ଼ିକୁ ଆଗାମୀ ବର୍ଷ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ମଙ୍ଗଳପୁର ଡାଏରି’ରେ ଦେଖିବାକୁ ପାଇବେ। ‘ତୁ ମୋ ଆଖିର ତାରା’, ‘ଦେ ମା ଶକ୍ତି ଦେ’, ‘ତୁ ମୋ ଗାର୍ଲଫ୍ରେଣ୍ଡ୍‌’, ‘ଦିୱାନା ଦିୱାନୀ’ ଓ ‘ଆଶିକ’ ପରି ୬ଟି ସଫଳ ଚଳଚ୍ଚିତ୍ର ଭେଟି ଦେଇଥିବା ପ୍ରମୋଦ ସ୍ୱାଇଁ ଏହାର ପ୍ରଯୋଜନା କରୁଛନ୍ତି।

Advertisment

ଅମିତ କୁମାର ଦାଶ ଓ ପ୍ରଣବ ପ୍ରସନ୍ନ ରଥ ଏହି ସିନେମାର ସ୍କ୍ରିପ୍ଟ ଲେଖିଛନ୍ତି। ପ୍ରଯୋଜକଙ୍କ ସୂଚନା ଅନୁଯାୟୀ, ‘ମଙ୍ଗଳପୁର ଡାଏରି’ର ସୁଟିଂ ଅକ୍ଟୋବର ୬ ତାରିଖରୁ ଆରମ୍ଭ ହୋଇ ୨୮ରେ ସରିବ। ୨୦୨୬ ଜାନୁଆରି ଦ୍ବିତୀୟ ସପ୍ତାହରେ ଏହାକୁ ରିଲିଜ୍ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସୂଚନାଯୋଗ୍ୟ, ଅମ୍ଳାନ ଓ ତୃପ୍ତି ମିରାମ୍ବିକାଙ୍କୁ ଶେଷ ଥର ଲାଗି ଗତ ବର୍ଷ ମୁକ୍ତିଲାଭ କରିଥିବା ବ୍ରଜ ସିଂଙ୍କ ନିର୍ଦ୍ଦେଶିତ ‘ସମୟ କହିବ କିଏ କାହାର’ରେ ଦେଖିଥିଲେ ସିନେପ୍ରେମୀ।