ବିମାନ ମଧ୍ୟରେ ‘କୁବୁଲ୍‌ ହେ’ ଧାରାବାହିକର ଅଭିନେତ୍ରୀ ହେଲେ ଅସଦାଚରଣର ଶିକାର

ମୁମ୍ବାଇ: ଲୋକପ୍ରିୟ ଧାରାବାହିକ ‘କୁବୁଲ ହେ’ର ଅଭିନେତ୍ରୀ ଅମ୍ରପାଲି ଗୁପ୍ତା ବିମାନ ମଧ୍ୟରେ ଅସଦାଚରଣର ଶିକାର ହୋଇଥିବା ସୂଚନା ମିଳିଛି । ନିଜର ନୂଆ ଧାରାବାହିକର ପ୍ରମୋସନ ପାଇଁ ସେ ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ବେଳେ ତାଙ୍କ ସହ ଏହି ଅଘଟଣ ଘଟିଥିଲା । ବିମାନରେ ତାଙ୍କ ପାଖରେ ବସିଥିବା ଯାତ୍ରୀ ଜଣଙ୍କ ତାଙ୍କ ହାତ ଉପରେ ନିଜର ହାତ ରଖିବା ସହ ସେ ଶୋଇଥିବା ବେଳେ ତାଙ୍କ ମୁହଁ ପାଖକୁ ନିଜ ମୁହଁ ଆଣିଥିଲେ । ଆମ୍ରପାଲିଙ୍କ କହିବା ଅନୁଯାୟୀ, ସକାଳ ସମୟରେ ତାଙ୍କର ଫ୍ଲାଇଟ୍‌ ଥିଲା । ବିମାନରେ ବସିବା ପରେ ତାଙ୍କ ପାଖରେ ଜଣେ ଯୁବକ ଆସି ବସିଥିଲେ । କିଛି ସମୟ ପରେ ଯୁବକ ଜଣଙ୍କ ନିଜ ହାତକୁ ଆମ୍ରପାଲିଙ୍କ ହାତ ଉପରେ ଆଣି ରଖିଥିଲେ । ଏହା ଭୁଲ୍‌ରେ ହୋଇ ଯାଇଥିବ ବୋଲି ଭାବି କିଛି କହି ନଥିଲେ ଆମ୍ରପାଲି ।

FilmiBeat

ଧିରେ ଧିରେ ଯାତ୍ରୀଜଣଙ୍କ ବିଭିନ୍ନ କୋଣରୁ ତାଙ୍କର ଫଟୋ ନେବା ଆରମ୍ଭ କରିଥିଲେ । ଫଟୋ ନେବା ବାହାନାରେ ସେ ବାରମ୍ବାର ଆମ୍ରପାଲିଙ୍କୁ ଛୁଇଁବାକୁ ଚେଷ୍ଟା କରିବା ସହ ସେ ଶୋଇଥିବା ବେଳେ ତାଙ୍କ ମୁହଁ ପାଖକୁ ନିଜ ମୁହଁ ଆଣି ତାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିବା ବେଳେ ଆଉ ଚୁପ୍‌ ନ ରହି ପାଟି ଖୋଲିଥିଲେ ଆମ୍ରପାଲି । ତାଙ୍କ ପାଟି ଶୁଣି ଏୟାରହୋଷ୍ଟେସ ଆସି ଆମ୍ରପାଲିଙ୍କୁ ଆଉ ଏକ ସିଟ୍‌ରେ ନେଇ ବସାଇଥିଲେ । ଏହା ପ୍ରଥମ ନୁହଁ, ଏହା ପୂର୍ବରୁ ଦଙ୍ଗଲ ଗର୍ଲ ଜାଇରା ଓ୍ଵାସିମ୍‌ ମଧ୍ୟ ବିମାନ ମଧ୍ୟରେ ଅସଦାଚରଣର ଶିକାର ହୋଇଥିଲେ ।

ସମ୍ବନ୍ଧିତ ଖବର