ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ବାପା ଅନିଲ ଆରୋରାଙ୍କ ବୁଧବାର ମୃତ୍ୟୁ ହେବା ଖବର ପାଇବା ପରେ ଦୁଇଝିଅ ଆଜି ବାନ୍ଦ୍ରାସ୍ଥିତ ଘରେ ପହଞ୍ଚିଥିଲେ। 

Advertisment

ଅନିଲଙ୍କ ସାନ ଝିଅ ଅମୃତା ବାପାଙ୍କ ମୃତ୍ୟୁକୁ ବିଶ୍ବାସ କରି ପାରୁନାହାନ୍ତି। ଘରସାରା ପାଗିଳିପ୍ରାୟ ହୋଇ ଘୁରି ବୁଲୁଛନ୍ତି। ବାପାଙ୍କ ଫଟୋକୁ ଦେଖି ଝୁରିଝୁରି ଅଚେତ ହୋଇପଡ଼ୁଛନ୍ତି। ବାପାଙ୍କ ମୃତ୍ୟୁ ଖବର ପାଇ ଘରେ ପହଞ୍ଚିବା ସମୟରେ ଅନିଲ ବାଲକୋନିରୁ ତଳକୁ ଯେଉଁସ୍ଥାନରେ ପଡ଼ି ଜୀବନ ହାରି ଦେଇଥିଲେ ସେ ସ୍ଥାନକୁ ଦେଖି ଅମୃତା ସ୍ତବ୍ଧ ହୋଇଯାଇଥିଲେ। ନିଜକୁ ସମ୍ଭାଳି ପାରୁ ନଥିଲେ।

 ଅନିଲ ବାନ୍ଦ୍ରାରେ ନିଜ ୬ମହଲା ଘରର ବାଲକୋନୀରୁ ଡେଇଁ ଜୀବନ ହାରିବା  ଘଟଣା ସାମ୍ନାକୁ ଆସିବାା ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ହଠାତ ମଲାଇକାଙ୍କ ବାପା ଏଭଳି ନିଷ୍ପତ୍ତି କାହିଁକି ନେଲେ ଏହା ପଛର କାରଣ କ’ଣ ଥାଇପାରେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନିଲଙ୍କ ମୃତ୍ୟୁ ଖବର ପାଇବା ପରେ ମଲାଇକାଙ୍କ ପୂର୍ବତନ ସ୍ବାମୀ ଅରବାଜ ଖାନ ସମେତ ସଲିମ-ସଲମା ଖାନ, ପୁଅ ଅରହାନ ଓ ଅର୍ଜୁନଜ କପୁର ବି ଅଭିନେତ୍ରୀଙ୍କ ଘରେ ପହଞ୍ଚି ଶୋକବ୍ୟକ୍ତ କରିଛନ୍ତି। ବାପାଙ୍କ ମୃତ୍ୟୁପରେ ଭାଙ୍ଗି ପଡ଼ିଥିବା ମଲାଇକା ଓ ଅମୃତଙ୍କୁ ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି। 

ଅନିଲ ଆରୋରାଙ୍କ ଜୀବନ ହାରିବା ଖବର ପାଇବା ପରେ ମୁମ୍ବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ଏହି ଘଟଣାକୁ ନେଇ ମୁମ୍ବାଇ ପୁଲିସ ଅଧିକାରୀ କହିଛନ୍ତି, ‘ଅନିଲଙ୍କ ମୃତଦେହକୁ ଜବତ କରାଯାଇଛି। ଯାଞ୍ଚ ଜାରି ରହିଛି। ଫରେନ୍ସିକ ଦଳ ବି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ସେମାନେ ବି ଯାଞ୍ଚରେ ବ୍ୟସ୍ତ ଅଛନ୍ତି। ଅନିଲଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିଆଯାଉଛି।

ଏଖବର ପଢ଼ନ୍ତୁ: https://sambad.in/crime/man-run-away-police-station-7060873