ମୁମ୍ବାଇ: ସାଦିଦ୍‌ କପୁରଙ୍କ ଅଭିନୀତ ସିନେମା ‘ବିବାହ’ ଅନେକଙ୍କର ପ୍ରିୟ। ତାହାର ଏକ କାରଣ ହେଉଛନ୍ତି ଅଭିନେତ୍ରୀ ଅମୃତା ରାଓ। ଅଭିନୟରେ ତାଙ୍କ ସରଳତା ସଭିଙ୍କ ମନକୁ ବେଶ୍‌ ଛୁଇଁଥିଲା। କହିପାରନ୍ତି କି, ତାଙ୍କ ସୁନ୍ଦର ଅଭିନୟ ହିଁ ଫିଲ୍ମଟିକୁ ହିଟ୍‌ ବନାଇଥିଲା।

Advertisment

ସେ ତା’ପରେ ପରେ ‘ମେ ହୁ ନା’ ଏବଂ ‘ଦଶକ ଇସ୍କ’ ସିନେମା କରି ପ୍ରଶଂସକଙ୍କୁ ନିଜର ଅଭିନୟରେ ପାଗଳ ବନାଇଥିଲେ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଅଭିନେତ୍ରୀ ଅମୃତା ବି ହୋଇଥିଲେ ‘କଳା ଯାଦୁ’ର ଶିକାର!

ଅଭିନେତ୍ରୀ ଏକ ପୋଡ୍‌କାଷ୍ଟ୍‌ରେ ନିଜେ ଏ ସଂପର୍କରେ ମୁହଁ ଖୋଲିଛନ୍ତି। ତାଙ୍କ କହିବା କଥା ହେଲା ପୂର୍ବରୁ ସେ ଏଭଳି ସବୁ କଥାକୁ ବିଶ୍ବାସ କରୁନଥିଲେ। ମାତ୍ର ତାଙ୍କ ସହ ଏପରି କିଛି ଘଟିଛି; ଯେଉଁଥିପାଇଁ ସେ କଳା ଯାଦକୁ ବିଶ୍ବାସ କରିବାକୁ ବାଧ୍ୟ ହୋଇଛନ୍ତି।

ଅମୃତା ରାଓଙ୍କୁ ରଣବୀର ଆଲ୍ଲାବାଦିଆ ତାଙ୍କ ପୋଡ୍‌କାଷ୍ଟ୍‌ରେ କଳା ଯାଦୁ ଉପରେ ଏକ ପ୍ରଶ୍ନ ପଚାରିବା ପରେ ଅମୃତା ଏହାକୁ ବିଶ୍ବାସ କରନ୍ତି ବୋଲି କହିଛନ୍ତି। ତାଙ୍କ କହିବା କଥା ହେଲା ସାଧରଣ ଓ ସ୍ବଚ୍ଛ ମନର ଲୋକ ଏହି କଳା ଯାଦୁ ଦ୍ବାରା ପ୍ରଭାବିତ ହୁଅନ୍ତି।

ସେ କହିଛନ୍ତି କି ‘ମୁଁ ଜଣେ ଗୁରୁଙ୍କୁ ଭେଟିଥିଲି। ସେ ମୋତେ ଆଶୀର୍ବାଦ ଦେଲେ। ପୁଣି ୨-୩ ଦିନ ପ‌ରେ ସେ ମୋ ମାଆଙ୍କୁ କହିଲେ କି ମୋତେ କେହି ଜଣେ ବଶୀକରଣ କରିଛି ବୋଲି। ଏହି କଥା ଶୁଣି ମୁଁ ଚକିତ ହୋଇଗଲି। ମୁଁ ଏଭଳି କଥାକୁ ବିଶ୍ବ‌ାସ କରେ ନାହିଁ। ମାତ୍ର ଯେଉଁ ଗୁରୁ ଏକଥା କହିଲେ, ମୁଁ ତାଙ୍କୁ ଖୁବ୍‌ ବିଶ୍ବାସ କରେ। ତେଣୁ କଳା ଯାଦୁ ଉପରେ ମୋର ସେବେଠାରୁ ବିଶ୍ବାସ।’’