ମୁମ୍ବାଇ : ଫିଲ୍ମ ‘କେଦାରନାଥ’ରୁ ବଲିଉଡ୍ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ । ପ୍ରଥମ ଫିଲ୍ମରେ ସେ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ଙ୍କ ସହ ଅଭିନୟ କରିଥିବା ବେଳେ ଦ୍ୱିତୀୟ ଫିଲ୍ମରେ ସେ ରଣବୀର ସିଂହଙ୍କ ସହ ଫିଲ୍ମ ‘ସିମ୍ବା’ରେ କାମ କରିଥିଲେ । ଦୁଇଟି ଫିଲ୍ମ ବକ୍ସ ଅଫିସରେ ସଫଳତା ଲାଭ କରିଥିବା ବେଳେ ସାରା ଏବେ ନିଜ ଆଗାମୀ ଫିଲ୍ମକୁ ନେଇ ବ୍ୟସ୍ତ ଅଛନ୍ତି । ଫିଲ୍ମ ସହ ସେ ନିଜ ସାକ୍ଷାତକାରକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ଭଲ ହିନ୍ଦି କହି ପାରୁଥିବାରୁ ସମସ୍ତେ ତାଙ୍କ ପ୍ରଶଂସା ମଧ୍ୟ କରୁଛନ୍ତି । କିଛି ଦିନ ତଳେ ସେ ବମ୍ବେ ଟାଇମ୍ସକୁ ସାକ୍ଷାତକାର ଦେଇ ନିଜ ମା’ଙ୍କ କେଉଁ ଦୁଇଟି ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି ଜଣାଇଥିଲେ । ତାଙ୍କର ଏହି ଇଚ୍ଛା ବିଷୟରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ କରିଛନ୍ତି ।
ସାକ୍ଷାତକାରରେ ସାରା କହିଥିଲେ, ମୁଁ ଯେତେ ଭଲ ଅଭିନୟ କଲେ ମଧ୍ୟ ତାଙ୍କ ସ୍ଥାନ ନେଇ ପାରିବି ନାହିଁ । ଯଦି ମୋତେ ପଚରାଯାଏ କି ମୁଁ ତାଙ୍କର କେଉଁ କେଉଁ ଫିଲ୍ମର ଚରିତ୍ର କରିବାକୁ ଚାହେଁ,ତେବେ ମୋର ଉତ୍ତର ହେବ ‘ଚମେଲି କି ଶାଦି’ ଏବଂ ‘ଆଇନା’ । ‘ଚମେଲି କି ଶାଦି’ରେ ତାଙ୍କର କମିକ୍ ଟାଇମିଙ୍ଗ ମୋତେ ବହୁତ ପସନ୍ଦ ଆସିଥିଲା । ମୁ ଚାହିଁବି କି ଏହି ଦୁଇ ଫିଲ୍ମର ରିମେକ୍ ହେଉ ଏବଂ ମୁଁ ସେଥିରେ ଅଭିନୟ କରିବାର ସୁଯୋଗ ପାଏ।