କେଦାରନାଥରେ ଥିବା ଏହି ଦୃଶ୍ୟକୁ ଦେଖି କାନ୍ଦି ପକାଇଲେ ସାରାଙ୍କ ମା’ ଅମୃତା ସିଂହ
ମୁମ୍ବାଇ : ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଏବଂ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ଙ୍କ ଫିଲ୍ମ ‘କେଦାରନାଥ’ ରିଲିଜ୍ ପରେ ଏବେ ବକ୍ସ ଅଫିସରେ ଏହା ଖୁବ୍ ଭଲ ଚାଲିଛି। ଫିଲ୍ମ ରିଲିଜ୍ ପୂର୍ବରୁ ଅନେକ ସମସ୍ୟା ଦେଖାଯାଇଥିବା ବେଳେ ଏବେ ଫିଲ୍ମଟି ଦର୍ଶକଙ୍କ ମନ ଜିତିବା ଆରମ୍ଭ କରିଛି । ଫିଲ୍ମଟି ସାରାଙ୍କ ଡେବ୍ୟୁ ଫିଲ୍ମ ହୋଇଥିବା ବେଳେ ଦର୍ଶକ ସାରାଙ୍କ ଅଭିନୟ ଦକ୍ଷତାକୁ ବେଶ୍ ପ୍ରଶଂସା କରିଥିଲେ । ତେବେ ଏକ ସାକ୍ଷାତକାରରେ ସାରା ନିଜ ମା’ ଅମୃତା ସିଂହଙ୍କ ବିଷୟରେ କହିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
“ରିଲିଜ୍ ପୂର୍ବରୁ ମା’ ଫିଲ୍ମର କାହାଣୀ ଶୁଣିଥିଲେ । କିଛି ଦୃଶ୍ୟ ମଧ୍ୟ ଦେଖିଥିଲେ । କିନ୍ତୁ ରିଲିଜ୍ ପରେ ପୂରା ଫିଲ୍ମ ଦେଖିବା ପରେ କ୍ଲାଇମାକ୍ସ ସମୟରେ ସେ କାନ୍ଦି ପକାଇଥିଲେ । ଯାହା ମୋ ପାଇଁ ବହୁତ ବଡ଼ କଥା ଥିଲା” ବୋଲି ସାରା ଉକ୍ତ ସାକ୍ଷାତ୍କାରରେ କହିଥିଲେ । ଅନ୍ୟପକ୍ଷରେ ସାରାଙ୍କ ଅଭିନୟରେ ଖୁସି ହୋଇ ସାବତ ମା’ କରୀନା କପୁର ଖାନ୍ ଏକ ପାର୍ଟିର ଆୟୋଜନ କରିଥିବା ଜଣାପଡ଼ିଛି ।