ପତ୍ନୀ ସୋନମ ଗୀତ ଗାଉଥିବା ସମୟର ଭିଡିଓକୁ ଇନ୍‌ଷ୍ଟାରେ ପୋଷ୍ଟ୍‍ କଲେ ଆନନ୍ଦ

ମୁମ୍ବାଇ: ନିକଟରେ ‘ଭିରେ ଦି େଓ୍ଵଡିଂ’ରେ ଦେଖିବାକୁ ମିଳିଥିବା ବଲିଉଡ୍‌ ଅଭିନେତ୍ରୀ ସୋନମ ଏବେ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ଛୁଟି କାଟୁଛନ୍ତି। ଏହି ଦମ୍ପତି ମେ ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସତ୍ତ୍ୱେ ସୋନମଙ୍କ ବ୍ୟସ୍ତବହୁଳତା ହେତୁ ସେ ଦୁହେଁ ବିଶେଷ ଏକତ୍ର ଦେଖିବାକୁ ମିଳି ନାହାନ୍ତି। କିଛି ଦିନ ତଳେ ସ୍ୱାମୀ ଆନନ୍ଦ ତାଙ୍କର ଓ ସୋନମଙ୍କର ବିମାନ ବନ୍ଦରର ଏକ ଫଟୋ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ପୋଷ୍ଟ୍‍ କରିଥିଲେ। ଏବେ ଆନନ୍ଦ ଆହୁଜା ସୋନମଙ୍କର ଏକ ଭିଡିଓ ଇନ୍‌ଷ୍ଟରାରେ ପୋଷ୍ଟ୍‍ କରିଛନ୍ତି, ଯାହାକି ବେଶ ଚର୍ଚ୍ଚା ପାଲଟିଛି।

 

ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଏହି ନବବିବାହିତା ଦମ୍ପତି ଚାଲି ଚାଲି ଯାଉଛନ୍ତି। ପତ୍ନୀ ସୋନମ ‘ଅଭି ନା ଯାଓ ଛୋଡକେ’ ଗୀତ ଗାଉଛନ୍ତି। ପଛରୁ କେହି ଜଣେ ପୁରୁଷଙ୍କର କଣ୍ଠସ୍ୱର ମଧ୍ୟ ଶୁଣିବାକୁ ମିଳୁଛି। ସେମାନେ ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍‌ସିଟି ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବୁଲି ବୁଲି ଛୁଟି ଉପଭୋଗ କରୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓଟିକୁ ଇନ୍‌ଷ୍ଟାରେ ଅପ୍‌ଲୋଡ୍‌ କରି ଆନନ୍ଦ ଲେଖିଛନ୍ତି କି ସୋନମ ଗୀତ ଗାଉଛନ୍ତି।

ଉଲ୍ଲେଖଯୋଗ୍ୟ, ସୋନମ ଓ ଆନନ୍ଦ ମେ ୮ ତାରିଖରେ ମୁମ୍ବାଇଠାରେ ବିବାହ ବନ୍ଧନରେ ବାନ୍ଧି ହେଲେ। ସେମାନଙ୍କ ବିବାହ ଭୋଜିରେ ସଲମାନ ଖାନ, ଶାହାରୁଖ ଖାନ, କରୀନା କପୁର୍‌ ଓ କ୍ୟାଟ୍ରିନଶ କୈଫ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର