ମର୍ଯ୍ୟାଦାଜନକ ମୋହନ ସୁନ୍ଦର ଦେବଗୋସ୍ବାମୀ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ଭାବାନ୍ତର’ ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ଏହାକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ୟୁ/ଏ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଇତିମଧ୍ୟରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଏହା ପ୍ରଦର୍ଶିତ ହୋଇସାରିଛି। ଏଥିରେ ସୂର୍ଯ୍ୟମୟୀ, ଅଭିଷେକ ଗିରି, ରବି ତ୍ରିପାଠୀ, ମିଲନ୍, ବିନାୟକ ମିଶ୍ର, ସରୋଜ ନନ୍ଦ, ମମତା ସାହୁ ଓ ପ୍ରିୟା ବିଶୋଇ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
ପତି, ପତ୍ନୀ ଓ ପ୍ରେମିକଙ୍କ ତ୍ରିକୋଣୀୟ ସଂପର୍କକୁ ନେଇ ଗଢ଼ିଉଠିଥିବା ଅଜୟ ମହାପାତ୍ରଙ୍କ କାହାଣୀ ଆଧାରିତ ଏହି ଛବିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଅନନ୍ତ ମହାପାତ୍ର। ଧ୍ରୁବାନନ୍ଦ ପଣ୍ଡା ଏହାର ସିନେମାଟୋଗ୍ରାଫର୍। ଶକ୍ତି ପ୍ରସାଦ ମିଶ୍ର ଏଥିରେ ସ୍ବରସଂଯୋଜନା କରିଥିବା ବେଳେ ଗୀତ ରଚନା କରିଛନ୍ତି ବର୍ଷିୟାନ୍ ଗୀତିକାର ଦେବଦାସ ଛୋଟରାୟ। ସୁସ୍ମିତା ଦାସ ଏଥିରେ କଣ୍ଠଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/16/2HeYxIhICOWU5K8C0zKI.jpg)