ଚଳଚ୍ଚିତ୍ର ‘ଲାଇଗର୍’ର ଲଭ୍‌ଲି ଗାର୍ଲ ଅନନ୍ୟା

ବାନ୍ଧବୀ ସୁହାନା ଓ ଶନାୟାଙ୍କ ସହିତ ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ଆଲିଆ ଭଟ୍ଟ, କିଆରା ଆଡ୍‌ଭାନୀ, ମୃଣାଳ ଠାକୁର ଓ ତାପସୀ ପନ୍ନୁ ମଧ୍ୟ ଅନନ୍ୟା ପାଣ୍ଡେଙ୍କୁ ‘ଗେହରାଇୟାଁ’ରେ ତାଙ୍କ ଚମତ୍କାର ଅଭିନୟ ପାଇଁ ବଧାଇ ଜଣେଇଛନ୍ତି। ସକୁନ୍ ବାତ୍ରାଙ୍କ ଚଳଚ୍ଚିତ୍ର ‘ଗେହରାଇୟାଁ’ରେ ଦୀପିକା ପାଦୁକୋନ୍, ସିଦ୍ଧାନ୍ତ ଚତୁର୍ବେଦୀ ଓ ଧୈର୍ଯ୍ୟ କରବାଙ୍କ ସହ ଅନନ୍ୟା ମଧ୍ୟ ଦର୍ଶକଙ୍କ ନଜରକୁ ଆସିଛନ୍ତି।

ଅନନ୍ୟା ‘ଷ୍ଟୁଡେଣ୍ଟସ୍ ଅଫ୍ ଦ ଇଅର୍-୨’ ମାଧ୍ୟମରେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ଏହାପରେ ସେ ‘ପତି ପତ୍ନୀ ଔର୍ ଵହ’, ‘ଖାଲି ପିଲି’ ଓ ‘ଗେହରାଇୟାଁ’ରେ ନାୟିକା ଭାବେ ସୁଯୋଗ ପାଇଥିଲେ। ଏହା ବ୍ୟତୀତ ଆଗାମୀ ଚଳଚ୍ଚିତ୍ର ‘ଲାଇଗର୍’ର ଲଭ୍‌ଲି ଗାର୍ଲ ସାଜିଛନ୍ତି ଅନନ୍ୟା। ଦକ୍ଷିଣୀ ସିନେମାର ପରିଚିତ ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ଏଇ ଚଳଚ୍ଚିତ୍ରରେ ଅନନ୍ୟାଙ୍କ ବ୍ୟତୀତ ବିଜୟ ଦେବରକୋଣ୍ଡା, ରାମୟା କ୍ରିଷ୍ଣା ଓ ରୋନିତ ରୟଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର