ଶାହାରୁଖ୍‌ଙ୍କ ଏହି ଫିଲ୍ମରୁ ଡେବ୍ୟୁ କରିଥିଲେ ସୁଆନା ଏବଂ ଅନନ୍ୟା, କିନ୍ତୁ ପରେ ଫିଲ୍ମରୁ ହଟାଇ ଦିଆଯାଇଥିଲା ଦୃଶ୍ୟ

ମୁମ୍ବାଇ : ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-୨’ରୁ ବଲିଉଡ୍‌ରେ ଡେବ୍ୟୁ କରି ସାରିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଫିଲ୍ମଟି ବକ୍ସ ଅଫିସରେ ସେତେ ସଫଳ ହୋଇ ପାରି ନଥିଲେ ମଧ୍ୟ କଳାକାରମାନଙ୍କ ଅଭିନୟ ସମସ୍ତଙ୍କୁ ପସନ୍ଦ ଆସିଛି । ତେବେ ଅନନ୍ୟା ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-୨’ ପୂର୍ବରୁ ଆଉ ଏକ ଫିଲ୍ମରେ ସୁଯୋଗ ପାଇଥିଲେ । କିନ୍ତୁ ପରେ ଫିଲ୍ମରୁ ତାଙ୍କ ଦୃଶ୍ୟ କାଟି ଦିଆଯାଇଥିଲା ।

ABP News – ABP Live

ସୂଚନା ମୁତାବକ, ୯ବର୍ଷ ପୂର୍ବେ ‘ମାଇଁ ନେମ ଇଜ୍‌ ଖାନ୍‌’ର ସୁଟିଂ ଆମେରିକାରେ ଚାଲୁଥିବା ସମୟରେ ଅନନ୍ୟା ପାଣ୍ଡେ ଏବଂ ଶାହାରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ ସେଠାରେ ପହଞ୍ଚିଥିଲେ । ଏହି ସମୟରେ କରଣ ଦୁହିଁଙ୍କୁ କେବଳ ରାସ୍ତାରେ ସାମାନ୍ୟ ଲୋକଙ୍କ ଭଳି ଚାଲିବାକୁ କହିଥିଲେ । ଦୁହେଁ ଖୁସିରେ ଏ କାମ କରିଥିଲେ ମଧ୍ୟ ଫିଲ୍ମ ରିଲିଜ୍‌ ହେବା ପରେ ଦୁହିଁଙ୍କ ସେହି ଦୃଶ୍ୟକୁ କାଟି ଦିଆଯାଇଥିଲା । ଯାହା ପରେ ଦୁହେଁ ବହୁତ ଦୁଃଖୀ ହୋଇଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର