ମୁମ୍ବାଇ: ଭଉଣୀ ବିବାହରେ ଧୂମପାନ କରି ଟ୍ରୋଲ ହେଲେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ମଙ୍ଗଳବାର ଦିନ ପରିବାର ସହିତ ସମ୍ପର୍କୀୟ ଭଉଣୀ ଅଲାନା ପାଣ୍ଡେଙ୍କ ମେହେନ୍ଦୀରେ ଯୋଗ ଦେଇଥିଲେ ଅନନ୍ୟା। ଏହି ସମୟରେ ଅଭିନେତ୍ରୀଜଣକ ବିବାହ ଉତ୍ସବରେ ଯୋଗ ଦେଇଥିବା ଅନ୍ୟ ବନ୍ଧୁଙ୍କ ସହ ଧୂମପାନ କରିଥିଲେ। ଏହି ଫଟୋ ତାଙ୍କର ଜଣେ ବନ୍ଧୁ ଅଜାଣତରେ ସେୟାର କରିଥିବା ବେଳେ ପରେ ଏହାକୁ ହଟାଇ ଦେଇଥିଲେ। ହେଲେ ସେତବେଳକୁ ଫଟୋ ଭାଇରାଲ ହୋଇସାରିଥିଲା। ରେଡ୍ଡିଟ୍ ବ୍ୟବହାରକାରୀ ଫଟୋର ଏକ ସ୍କ୍ରିନସଟ୍ ନେଇ ସୋସିଆଲ ମିଡିଆରେ ସେୟାର କରିବା ପରେ ଏବେ ତାକୁ ନେଇ ବିବାଦ ଆରମ୍ଭ ହୋଇଛି।
ରେଡ୍ଡିଟ୍ ବ୍ୟବହାରକାରୀ ନେଇଥିବା ସ୍କ୍ରିନସଟ ସେୟାର କରି ଲେଖିଥିଲେ, "ଅନନ୍ୟା ଜଣେ ଧୂମପାନ କରୁଥିବେ ବୋଲି ବିଶ୍ବାସ କରିପାରୁନାହିଁ। ଫଟୋରେ ଦେଖାଯାଇଛି ଯେ, ମେହେନ୍ଦୀ ପାଇଁ ଅନ୍ୟ ଅତିଥିମାନେ ଉପସ୍ଥିତ ଥିବା ବେଳେ ଅନନ୍ୟା ଏକ କୋଣରେ ଠିଆ ହୋଇଛନ୍ତି। ଏହି ସମୟରେ ତାଙ୍କ ହାତରେ ସିଗାରେଟ ଥିବା ଦେଖିବାକୁ ମିଳିଛି।

ଫଟୋ ଦେଖି ଜଣେ ବ୍ୟବହାରକାରୀ ଲେଖିଛନ୍ତି, ମୋ ଅନନ୍ୟା ଏଭଳି ହୋଇପାରିବେ ନାହିଁ। ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି ଏମାନଙ୍କର ବୁଦ୍ଧି ନଥାଏ, ଦେଖାଇ ହେବା ପାଇଁ ଏଭଳି କରନ୍ତି। ଅନ୍ୟଜଣେ ବ୍ୟବହାରକାରୀ ଲେଖିଛନ୍ତି, ମୁଁ ଏହା ଜାଣି ନଥିଲି। ସେ ବହୁତ ସୁନ୍ଦର ଏବଂ ତାଙ୍କର ଏପରି ସୁନ୍ଦର ଓଠ ଅଛି। କେବେ ବି ଭାବି ନଥିଲି ଯେ ସେ ଧୂମପାନ କରୁଥିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/ସ-81.jpg)